ପାତ୍ରପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବାଦପୁର-ଗୁଣ୍ଡୁରା ରାସ୍ତାର ରାମେଶ୍ବର ମନ୍ଦିର ନିକଟରେ ଗୋଟିଏ କାର ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେବା ଫଳରେ ଗାଡ଼ିରେ ବସିଥିବା ଚାରି ଯୁବକ ଆହତ ହୋଇଛନ୍ତି। ସେମାନେ ଗୋଳନ୍ଥରା ଥାନା ହରିପୁର ଅଞ୍ଚଳର ୟୁ. ଚନ୍ଦ୍ରୁ, ୟୁ. ଚେଲପତି, କେ. ଜନାର୍ଦ୍ଦନ ଓ ଏ. ଲୋକେଶ। ସମସ୍ତ ଯୁବକ ଏକ କନ୍ୟା ପ୍ରସ୍ତାବ ଦେଖିବା ପାଇଁ ଗୁଣ୍ଡୁରା ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଯୁବକମାନେ ପହଞ୍ଚି ସମସ୍ତଙ୍କୁ କାର ମଧ୍ୟରୁ ଉଦ୍ଧାର କରିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ପାତ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପାତ୍ରପୁରରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।
Popular Categories



