www.samajalive.in
Tuesday, December 9, 2025
26.1 C
Bhubaneswar

ଶୂନକୁ ଖସିଲା ପାକିସ୍ତାନରୁ ଆମଦାନୀ, ରପ୍ତାନି ଜାରି

ଡେସ୍କ: ଆତଙ୍କବାଦର ଦେଶ ଭାବେ ଜଣାଶୁଣା ପାକିସ୍ତାନରୁ ଏବେ ଭାରତ କୌଣସି ଆମଦାନୀ କରୁନଥିବା ଜଣାପଡିଛି।୨୦୨୩-୨୪ରେ ଭାରତ ପାକିସ୍ତାନରୁ ୩ ନିୟୁତ ଡଲାର ମୂଲ୍ୟର ସାମଗ୍ରୀ, ବିଶେଷ କରି କିଛି କୃଷିଜାତ ଦ୍ରବ୍ୟ ଆମଦାନି କରିଥିଲା। ଚଳିତ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସରେ ପାକିସ୍ତାନରୁ ଭାରତର ଆମଦାନୀ ଶୂନକୁ ଖସି ଆସିଛି କିନ୍ତୁ ଭାରତ ଏହି ସମୟ ମଧ୍ୟରେ ପଡ଼ୋଶୀ ଦେଶକୁ ୨୩୫ ନିୟୁତ ଡଲାର, ବିଶେଷକରି ଚିନି ଓ ଔଷଧ ରପ୍ତାନି କରିଛି।

ଗତବର୍ଷ ୨୦୨୩-୨୪ରେ ଭାରତ ପାକିସ୍ତାନରୁ ୩ ନିୟୁତ ଡଲାର ମୂଲ୍ୟର ସାମଗ୍ରୀ, ବିଶେଷ କରି କିଛି କୃଷିଜାତ ଦ୍ରବ୍ୟ ଆମଦାନି କରିଥିଲା। କିନ୍ତୁ ସରକାରୀ ଚ୍ୟାନେଲ ମାଧ୍ୟମରେ ସୀମାପାରରୁ ଆମଦାନୀ ଏବେ ଶୂନ ରହିଛି ବୋଲି ଜଣେ ଅଧିକାରୀ କହିଛନ୍ତି।

- Advertisement -

ବାଣିଜ୍ୟ ଓ ଆତଙ୍କବାଦ ଏକାସାଙ୍ଗରେ ଚାଲିନଥାଏ। ଯଦି ପାକିସ୍ତାନକୁ ଭାରତ ସହ ଉତ୍ତମ ବାଣିଜ୍ୟିକ ସମ୍ପର୍କ ଦରକାର, ତା’ହେଲେ ଆତଙ୍କ ରପ୍ତାନି ବନ୍ଦ କରିବା ଦରକାର। ଭାରତ ହେଉଛି ବିଶ୍ୱର ସମସ୍ତ ପ୍ରମୁଖ ଅର୍ଥନୀତି ପାଇଁ ସାମଗ୍ରୀ ଓ ସେବାର ଏକ ନିର୍ଭରଯୋଗ୍ୟ ଯୋଗାଣକାରୀ। ତେଣୁ ଅଧିକାଂଶ ଦେଶ ଭାରତ ସହ ଉତ୍ତମ ଦ୍ୱିପାକ୍ଷିକ ସମ୍ପର୍କ ରଖିବାକୁ ଚାହୁଁଛନ୍ତି। ନିଜ କର୍ମ ପାଇଁ ପାକିସ୍ତାନ ବାଦ୍ ପଡ଼ିଛି ବୋଲି ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଅଧିକାରୀ କହିଛନ୍ତି।

୨୦୧୮-୧୯ ପରେ ଭାରତ-ପାକ୍ ଦ୍ୱିପାକ୍ଷିକ ସାମଗ୍ରୀ ବାଣିଜ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି। ଇସଲାମାବାଦର ଭାରତ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଭାରତ ୨୦୧୯ ଫେବ୍ରୁଆରିରେ ପାକିସ୍ତାନକୁ ଦିଆଯାଇଥିବା ମୋଷ୍ଟ ଫେଭର୍ଡ ନେସନ୍ ମାନ୍ୟତା ପ୍ରତ୍ୟାହାର କରି ନେଇଥିଲା ଏବଂ ପାକିସ୍ତାନୀ ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲଗାଇଥିଲା। ଭାରତ ୧୯୯୬ ମସିହାରେ ପାକିସ୍ତାନକୁ ଏମଏଫଏନ ମାନ୍ୟତା ଦେଇଥିଲା, ଯେଉଁଥିରେ ପାକିସ୍ତାନୀ ସାମଗ୍ରୀକୁ ରିହାତି ଶୁଳ୍କରେ ଅନୁମତି ଦିଆଯାଇଥିଲା।

Hot this week

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

Related Articles

Popular Categories