www.samajalive.in
Sunday, December 14, 2025
19.1 C
Bhubaneswar

‘ହୀରାକୁଦ ଜଳଭଣ୍ଡାରକୁ ଶିଳ୍ପବର୍ଜ୍ୟ ଛାଡ଼ିଲେ କାର୍ଯ୍ୟାନୁଷ୍ଠାନ’: ୩ ଦିନରେ ବସିବ ଆନ୍ତଃଜିଲା ସମନ୍ବୟ ବୈଠକ

ସମ୍ବଲପୁର : ବିଶାଳ ହୀରାକୁଦ ଜଳଭଣ୍ଡାର ଦିନକୁ ଦିନ ପଟୁ ମାଟିରେ ପୋତି ହେବାରେ ଲାଗିଛି। ଅପରିଷ୍କୃତ ଶିଳ୍ପବର୍ଜ୍ୟ ଏଥିରେ ଛଡାଯିବାରୁ ଜଳ ବିଷାକ୍ତ ହେବାରେ ଲାଗିଛି। ଏଥିଯୋଗୁଁ ମାଛବଂଶ ଲୋପ ପାଇବା ସହ ଲୋକମାନେ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି। ଏହାବ୍ୟତୀତ ସମ୍ବଲପୁର-ଝାରସୁଗୁଡ଼ା-ସୁନ୍ଦରଗଡ଼ ଶିଳ୍ପ କରିଡରରେ ବାୟୁ ପ୍ରଦୂଷଣ ପ୍ରମୁଖ ଚିନ୍ତାର କାରଣ ପାଲଟିଛି। ଏହାକୁ ନେଇ ରାଜ୍ୟ ସରକାର ଚିନ୍ତିତ ରହିଛନ୍ତି। ଖୁବ୍‌ଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ। ଆସନ୍ତା ୩ ଦିନ ମଧ୍ୟରେ ଆନ୍ତଃଜିଲା ସମନ୍ବୟ ବୈଠକ ବସିବ ବୋଲି ଓଡ଼ିଶା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ବାତ୍ୟା ‘ଦାନା’ର ସଫଳ ମୁକାବିଲା କରାଯାଇ ଥିବାରୁ ଇଷ୍ଟଦେବୀଙ୍କୁ କୃତଜ୍ଞତା ଜଣାଇବ‌ା ପାଇଁ ଶୁକ୍ରବାର ସମଲେଇ ମନ୍ଦିର ଯାଇଥିଲେ ମନ୍ତ୍ରୀ ଶ୍ରୀ ପୂଜାରୀ। ହୀରାକୁଦ ଜଳଭଣ୍ଡାରରେ ବିଷାକ୍ତ ପଦାର୍ଥ ମିଶିବାକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହିଥିଲେ, ଏ ବାବଦରେ ମୁଁ ବିଭାଗୀୟ ଅଧିକାରୀଙ୍କ ଠାରୁ ରିପୋର୍ଟ ତଲବ କରିଛି। ଏହାକୁ ନେଇ ପୂର୍ବରୁ ବିଭିନ୍ନ ସଂସ୍ଥା ତର୍ଜମା କରିଛନ୍ତି, ତା’ର ସତ୍ୟାସତ୍ୟ ପରୀକ୍ଷାକରି ରିପୋର୍ଟ ଦେବାକୁ ଅଧିକାରୀଙ୍କୁ କୁହାଯାଇଛି। ଜଳ ପ୍ରଦୂଷଣ ସହ କଳକାରଖାନାର ପ୍ରଦୂଷଣ ମଧ୍ୟ ବିପଦ ସୃଷ୍ଟି କରୁଛି। ବିଭିନ୍ନ କମ୍ପାନୀ ଜାଣିଶୁଣି ବର୍ଜ୍ୟଜଳ ଜଳଭଣ୍ଡାରକୁ ଛାଡୁଛନ୍ତି। ଏହାକୁ ନେଇ ସମ୍ପୃକ୍ତ ବିଭାଗ ସହ ଏବଂ ସମ୍ବଲପୁର ଆର୍‌ଡିସିଙ୍କ ସହ ଆଲୋଚନା କରିଛି। ଆସନ୍ତା ୪ କିମ୍ବା ୫ ତାରିଖ ଆନ୍ତଃଜିଲା ସମନ୍ବୟ ବୈଠକ ଆୟୋଜନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।  ଏଥିରେ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ ଓ ଅନୁଗୋଳ ଜିଲାର ଜିଲାପାଳ ଏବଂ ଏସ୍‌ପି ଓ ଜିଲା‌ର କାର୍ଯ୍ୟରତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଏବଂ କେତେକ ବିଶେଷଜ୍ଞଙ୍କୁ ମଧ୍ୟ ଡକାଯାଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି। ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories