www.samajalive.in
Saturday, December 6, 2025
23.1 C
Bhubaneswar

ରାଜ୍ୟ ସରକାରଙ୍କ ଦୁର୍ନୀତି ନିବାରଣ ସଚେତନତା ସପ୍ତାହକୁ ଛାତ୍ରଛାତ୍ରୀଙ୍କ ବିରୋଧ

ଡେସ୍କ: ରାଜ୍ୟ ସରକାରଙ୍କ ଦୁର୍ନୀତି ନିବାରଣ ସଚେତନତା ସପ୍ତାହକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ। ଭୁବନେଶ୍ୱର ପରେ କଟକରେ ଦୁର୍ନୀତି ସଚେତନ ସପ୍ତାହକୁ ଵିରୋଧ କରି ନିଯୁକ୍ତି ଦୁର୍ନୀତି ବିରୋଧରେ ସ୍ଟୁଡେନ୍ଟସ ଏଗେଂଷ୍ଟ କରପସନ ପକ୍ଷରୁ ଗତକାଲି ମଶାଲ ରାଲି କରାଯାଇଛି। ଆର ଆଇ, ଅମିନ ପରୀକ୍ଷା ବାତିଲ ଓ ନିଯୁକ୍ତି ଦୁର୍ନୀତିରେ ପୂର୍ଣ୍ଣଛେଦ ପକାଇବା ପାଇଁ ଏକ ମଶାଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଶତାଧିକ ପରୀକ୍ଷାର୍ଥୀ। କଟକ ନେତାଜୀ ବସ ଟର୍ମିନାଲ ସମ୍ମୁଖରୁ ମେଧାବୀ ଛାତ୍ରଛାତ୍ରୀ ମଶାଲ ଧରି ବାଦାମବାଡ଼ି ପୁରୁଣା ବସ ଷ୍ଟାଣ୍ଡ ଦେଇ କାଳୀ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ।


ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଓଏସଏସଏସସି ଦ୍ୱାରା କରାଯାଇଥିବା ଆର ଆଇ, ଅମିନ ପରୀକ୍ଷା ସମ୍ପୂର୍ଣ୍ଣ ରୂପେ ତ୍ରୁଟିପୂର୍ଣ୍ଣ। କମିଶନରେ ଆର୍ଥିକ କାରବାର ହେବାର ମଧ୍ୟ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ଏପରିକି ଏହି ସମ୍ବେଦନଶୀଳ ଘଟଣା ଉପରେ ସରକାର ଦୃଷ୍ଟି ଦେବା ବଦଳରେ ବିଭାଗୀୟ ମନ୍ତ୍ରୀଙ୍କ ଆଚରଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ। ମନ୍ତ୍ରୀଙ୍କୁ ଫିଲ୍ମ ଦେଖିବାକୁ ସମୟ ମିଳୁଛି ହେଲେ ସମସ୍ୟାର ସମାଧାନ କରିବା ପାଇଁ ସମୟ ମିଳୁନାହିଁ। ପରୀକ୍ଷାରେ ଏପରି ତ୍ରୁଟି ଆସିବା ପରେ କମ୍ପିଟେଟିଭ ପରୀକ୍ଷା ପାଇଁ ମଧ୍ୟ ଉତ୍ସାହ କମିବାରେ ଲାଗିଛି ବୋଲି କହିଛନ୍ତି ଆନ୍ଦୋଳନରତ ଛାତ୍ରଛାତ୍ରୀ। ତେବେ ଏହି ବିବାଦର ଶୀଘ୍ର ସମାଧାନ କରି ପରୀକ୍ଷା ପୁନଃଆୟୋଜନ କରିବା ପାଇଁ ଦାବି କରିଛନ୍ତି ସମସ୍ତ ଛାତ୍ରଛାତ୍ରୀ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories