www.samajalive.in
Saturday, December 6, 2025
14.1 C
Bhubaneswar

ଜାଣନ୍ତୁ; ବାସ୍ତୁ ଅନୁସାରେ କେଉଁ ରଙ୍ଗର ଆଲମିରା ଥିଲେ, ଘରୁ କଦାପି ଖାଲି ହେବ ନାହିଁ ଟଙ୍କା..

ବାସ୍ତୁ ଶାସ୍ତ୍ରରେ ଧନ ରଖୁଥିବା ଆଲମିରାକୁ ନେଇ ଅନେକ ମହତ୍ତ୍ୱପୂର୍ଣ୍ଣ ନିୟମ ବର୍ଣ୍ଣନା କରାଯାଇଛି । ଏହି ନିୟମର ପାଳନ କରିବା ଦ୍ୱାରା ଆଲମିରାରୁ କଦାପି ଟଙ୍କା ଖାଲି ନହେବା ସହ ଘରେ ଧନର ଅଭାବ ରହିବ ନାହିଁ । ଜୀବନରେ ଥିବା ଆର୍ଥିକ ସମସ୍ୟା ଦୂର ହେବ । ମା’ଲକ୍ଷ୍ମୀଙ୍କ କୃପା ଓ ଆଶୀର୍ବାଦ ସର୍ବଦା ରହିଥାଏ । ଧନ ରଖାଯାଉଥିବା ଆଲମିରା ସହ କିଛି ବାସ୍ତୁ ନିୟମ ରହିଛି । ଜାଣନ୍ତୁ ସେହି ନିୟମ ବିଷୟରେ..

ବାସ୍ତୁ ଅନୁସାରେ ଆଲମିରାକୁ ଉତ୍ତର ଦିଗରେ ରଖିବା ଶୁଭଙ୍କର । ଉତ୍ତର ଦିଗକୁ ଧନର ଦେବତା କୁବେର ଓ ମା’ଲକ୍ଷ୍ମୀଙ୍କ ଦିଗ ବୋଲି କୁହାଯାଏ । ଏହି ଦିଗରେ ଆଲମିରା ରଖିବା ଦ୍ୱାରା ଧନର ସର୍ବଦା ଆଗମନ ହୋଇଥାଏ ।

- Advertisement -

ଆଲମିରା ପାଇଁ ସବୁଠାରୁ ଶୁଭ ରଙ୍ଗ ହେଉଛି ସୁନେଲି ରଙ୍ଗ । ସୁନେଲି ରଙ୍ଗ ନହେଲେ ହାଲୁକା ଧଳା କିମ୍ବା ହଳଦିଆ ରଙ୍ଗର ମଧ୍ୟ ଶୁଭଙ୍କର । ଏହାଦ୍ୱାରା କଦାପି ଧନର ଅଭାବ ହେବ ନାହିଁ ।

ନଭେମ୍ବର ମାସରେ ରାଜଯୋଗ; ଶୁକ୍ର-ଶନି ଏହି ରାଶିଙ୍କୁ କରିବେ ଭାଗ୍ୟଶାଳୀ, ଚମକିବ ଭାଗ୍ୟ, ମିଳିବ ହଠାତ୍‌ ଧନ..

କଦାପି ମଧ୍ୟ ଭଗବାନଙ୍କ ମୂର୍ତ୍ତି ସମ୍ମୁଖରେ ଆଲମିରା ରଖନ୍ତୁ ନାହିଁ । ଏହାଦ୍ୱାରା ଧନହାନୀ ସହ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥାଏ ।
ଆଲମିରାକୁ ସର୍ବଦା ସ୍ୱଚ୍ଛ ରଖନ୍ତୁ । ଏଥିରେ କୌଣସି ଭଙ୍ଗାତୁଟା ଜିନିଷ, ଅପରିଷ୍କାର ପୋଷାକ ରଖନ୍ତୁ ନାହିଁ । ଯେଉଁ କକ୍ଷରେ ଆଲମିରା ରହିଛି, ସେହି ଘର କାନ୍ଥ ଅପରିଷ୍କାର ନହେବା ଆବଶ୍ୟକ ।

ଆଲମିରାରେ କୌଣସି ପୁରୁଣା ଅନାବଶ୍ୟକ କାଗଜପତ୍ର, ବିଲ୍‌ ଆଦି ରଖନ୍ତୁ ନାହିଁ ।

ଦେଖନ୍ତୁ ଭିଡିଓ; ସିଢିରେ ଯାଉଥିଲେ ଯୁବକ, ହଠାତ୍‌ ସାମ୍ନାକୁ ଆସିଲା ସିଂହୀ, ଆଉ ତା’ପରେ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories