www.samajalive.in
Saturday, December 6, 2025
16.1 C
Bhubaneswar

ନ୍ୟୁଜିଲାଣ୍ଡ ୨୩୫ରେ ଅଲଆଉଟ୍‌, ଜାଡେଜାଙ୍କୁ ୫ ଓ ସୁନ୍ଦରଙ୍କୁ ୪ ଉଇକେଟ୍‌

ସମାଜ ଡିଜିଟାଲ​ ଡେସ୍କ: ଭାରତ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ୨୩୫ ରନରେ ଅଲଆଉଟ୍‌ ହୋଇଯାଇଛି। ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଚାଲୁଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଆରମ୍ଭରୁ ଦଳକୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଡାରିଲ ମିଚେଲ ଏବଂ ଓ୍ବିଲ ୟୋଙ୍ଗ ଦଳର ସ୍ଥିତି ସୁଧାରିବାକୁ ଉଦ୍ୟମ କରିଥିଲେ ହେଁ ବେଶୀ ସମୟ ତିଷ୍ଠିପାରି ନ ଥିଲେ। ମିଚେଲ ୮୨ ଏବଂ ୟୋଙ୍ଗ ୭୧ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଏହା ପରଠାରୁ ଜଣକ ପରେ ଜଣେ ଖେଳାଳି ଆଉଟ୍‌ ହୋଇଯାଇଥିଲେ। ନ୍ୟୁଜିଲାଣ୍ଡ ଦଳର ବିପର୍ଯ୍ୟୟର ପ୍ରମୁଖ କାରଣ ସାଜିଥିଲେ ଭାରତୀୟ ବୋଲର ଓ୍ବାଶିଂଟନ ସୁନ୍ଦର ଏବଂ ରବୀନ୍ଦ୍ର ଜାଡେଲା। ସୁନ୍ଦର ୪ଟି ଏବଂ ଜାଡେଜା ୫ଟି ଉଇକେଟ ନେଇଥିଲେ। ଆକାଶ ଦୀପ ଗୋଟିଏ ଉଇକେଟ୍‌ ନେଇଥିଲେ। ୩ ମ୍ୟାଚ ବିଶିଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ୨-୦ରେ ଆଗୁଆ ରହିଛି।

 

- Advertisement -

 

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories