ଗଞ୍ଜାମ : ଗଞ୍ଜାମ ଦିଗପହଣ୍ଡି ନିକଟ ଖମ୍ବାରୀ ଗାଁରେ ମହାବଳ ଆତଙ୍କ। ବାଘର ପାଦ ଚିହ୍ନ ଠାବ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ପରିସ୍ଥିତି ସୃଷ୍ଟି ହୋଇଛି। ଖମ୍ବାରୀ ଗାଁ ଘୋଡାହାଡ ଡ୍ୟାମ୍ ନିକଟରେ ଥିବା ପଦ୍ମପୁର ଗାଁରେ ବାଘ ଗୋଟିଏ ଗାଈକୁ ମାରି ଦେଇଥିବାର ଅଭିଯୋଗ ହୋଇଛି। ଖବର ପାଇ ଦିଗପହଣ୍ଡି ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘର ପାଦ ଚିହ୍ନ ଠାବ କରିଛନ୍ତି। ବାଘର ଗତିବିଧି ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷରୁ ୩ଟି ଟିମ୍ ଗଠନ କରାଯାଇଛି। ଏବଂ ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମେରା ଲଗାଯାଇ ବାଘର ଗତିବିଧି ଉପରେ ନଜର ରଖାଯାଇଛି। ବନ ବିଭାଗ ପକ୍ଷରୁ ଠାବ ହୋଇଥିବା ପାଦଚିହ୍ନ ମହାବଳ ବାଘର ହୋଇଥିବା ଜଣାପଡିଛି। ତେଣୁ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଗ୍ରାମବାସୀମାନଙ୍କୁ ସନ୍ଧ୍ୟା ସମୟରେ ଘରୁ ନବାହାରିବାକୁ ଅନୁରୋଧ କରାଯାଇଛି।
Popular Categories



