www.samajalive.in
Saturday, December 6, 2025
16.1 C
Bhubaneswar

ଯିଏ ବି ଭାରତ ସହ ଲାଗିବ ତାକୁ ଛଡାଯିବନି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଗୁଜୁରାଟ କେଓ୍ବାଡିଆରୁ ଆତଙ୍କବାଦୀ ମାନଙ୍କୁ କଡା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯିଏ ଭାରତ ସହ ଲାଗିବ ତାକୁ ଛଡାଯିବନି । ଆତଙ୍କୀ ମାନଙ୍କୁ ଏଭଳି ନାଲିଆଖି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିସହ ଅର୍ବାନ୍ ନକ୍ସଲଙ୍କୁ ଟାର୍ଗେଟ୍ କରିଛନ୍ତି । ଭାରତ ଓ୍ବାନ୍ ନେସନ୍, ଓ୍ବାନ୍ ଇଲେକ୍ସନ୍ ଓ ସେକ୍ୟୁଲାର୍ ସିଭିଲ୍ କୋର୍ଟ ଦିଗରେ ଆଗକୁ ବଢୁଛି ବୋଲି ମୋଦୀ କହିଛନ୍ତି। ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ରେ ଶ୍ରଦ୍ଧାଞ୍ଜଳୀ ଦେବା ସହ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଜନତାଙ୍କୁ ଏକତାର ଶପଥ ପାଠ କରାଇଛନ୍ତି। ଏହି ଅବସରରେ ପୂର୍ବ ସରକାର ଉପରେ ବର୍ଷିଛନ୍ତି। ପୂର୍ବ ସରକାରଙ୍କ ନୀତି ଓ ଭେଦଭାବ ମନୋଭାବ ଦେଶର ଏକତାକୁ ଦୁର୍ବଳ କରୁଥିଲା। ଗତ ୧୦ ବର୍ଷ ରେ ଦେଶରେ ସୁଶାସନର ନୂଆ ମଡେଲ  ଭେଦଭାବକୁ ସମାପ୍ତ କରିଛି। ସେହିପରି ଜମ୍ମୁ କାଶ୍ମୀରରେ ଧାରା ୩୭୦ ଦେଶରେ ଏକ କାନ୍ଥ ସଦୃଶ୍ୟ ଥିଲା। ଲୋକଙ୍କୁ ସାମ୍ବାଧାନିକ ଅଧିକାରଠାରୁ ବଞ୍ଚିତ ରଖୁଥିଲା। ଆମେ ସେହି କାନ୍ଥକୁ ମାଟିରେ ମିଶାଇ ଦେଇଛୁ। ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ଜାମ୍ମୁ କାଶ୍ମୀର ବାସୀଙ୍କ ଭୂମିକାକୁ ପ୍ରଶଂସା କରିବା ସହ ତାଙ୍କୁ ସାଲ୍ୟୁଟ କରିଛନ୍ତି। ଲୌହ ମାନବଙ୍କ ଜୟନ୍ତୀ ଅବସରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ମୋଦୀ। ଏହି ଅବସରରେ ଚିତାକର୍ଷକ ଏୟାର ସୋ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories