www.samajalive.in
Saturday, December 6, 2025
17.1 C
Bhubaneswar

ଆଲୋକର ପର୍ବ ଦୀପାବଳୀ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:  ଆଲୋକର ପର୍ବ ଦୀପାବଳୀ। ଏହି ଅବସରରେ ଆଜି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ଟ୍ବିଟ୍ କରି କହିଛନ୍ତି ଦେଶବାସୀ ଦୀପାବଳୀର ଅନେକ ଅନେକ ଶୁଭେଚ୍ଛା। ଆଲୋକର ଏହି ଦିବ୍ୟ ପର୍ବରେ  ମୁଁ ସମସ୍ତଙ୍କ ସୁସ୍ଥ, ସୁଖୀ ଜୀବନ କାମନା କରୁଛି। ଦେବୀ ଲକ୍ଷ୍ମୀ ଏବଂ ଗଣେଶଙ୍କ କୃପାରୁ ସମସ୍ତେ ଭଲ ଭାବରେ ସେବା କରନ୍ତୁ । ସୁଖରେ ରୁହନ୍ତୁ। ସେପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଓଡିଶାର ଅଗଣିତ ଜନସାଧାରଣଙ୍କୁ ଦୀପାବଳୀର ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି ଦୀପାଳୀ ଅବସରରେ ଓଡିଶାର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ସମସ୍ତଙ୍କ ଜୀବନରୁ ଅନ୍ଧକାର ଦୂର ହୋଇ ଜ୍ଞାନର ଅଭ୍ୟୁଦୟ ହେଉ। ଏତିକି ମୋର ପ୍ରାର୍ଥନା। ବିକଶିତ ଓଡିଶା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇ କାମ କରିବା। ଓଡିଶାର ଗୌରବକୁ ନୂଆ ଶିଖରରେ ପହଞ୍ଚାଇବା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories