www.samajalive.in
Monday, December 8, 2025
14.1 C
Bhubaneswar

ଲଣ୍ଡନରେ ହେବ ବାଲିଯାତ୍ରା

ସମାଜ ଡିଜିଟାଲ ଡେସ୍କ: ଲଣ୍ଡନରେ ହେବ ବାଲିଯାତ୍ରା। ନଭେମ୍ବର ୩୦ରେ ପ୍ରଥମ ଥର ପାଇଁ ୟୁକେରେ ବାଲିଯାତ୍ରା ଆୟୋଜନ କରିବାକୁ ଯାଉଛି ୟୁକେ ଓଡ଼ିଶା ସମାଜ(ଓଏସୟୁକେ)। ଲଣ୍ଡନର ବେକ୍ସଲିସ୍ଥିତ ଟାଉନଲି ଗ୍ରାମାର ସ୍କୁଲରେ ଏହା ଆୟୋଜିତ ହେବ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛି ଓଏସୟୁକେ।

ଏହି ଉତ୍ସବ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ଓ ଐତିହ୍ୟକୁ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥାଏ, ଯାହା ଯୁଗ ଯୁଗ ଧରି କଟକରେ ଅନୁଷ୍ଠିତ ହୋଇଆସୁଛି। ୟୁକେରେ ଆୟୋଜିତ ହେବାକୁ ଥିବା ଏହି ବାଲିଯାତ୍ରା ସଂସ୍କୃତି, ଐତିହ୍ୟ ଏବଂ ଏକତାର ଏକ ଉତ୍ସବ ଭାବେ ୟୁକେର ବିଭିନ୍ନ ସ୍ଥାନରୁ ଓଡ଼ିଆ ଏବଂ ଶୁଭେଚ୍ଛୁମାନଙ୍କୁ ଏକତ୍ର କରିବ ବୋଲି ଓଏସୟୁକେ ପକ୍ଷରୁ କୁହାଯାଇଛି।

- Advertisement -

୪୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ଓଏସୟୁକେ ୟୁକେର ପ୍ରବାସୀ ଓଡ଼ିଆ ସମୂହଙ୍କ ପାଇଁ ଏକ ମାର୍ଗଦର୍ଶନ ଭାବେ ଓଡ଼ିଶା ଏବଂ ୟୁକେ ମଧ୍ୟରେ ଏକ ସାଂସ୍କୃତିକ ସେତୁ ଭାବରେ କାର୍ଯ୍ୟ କରୁଛି। ଲଣ୍ଡନରେ ହେବାକୁ ଥିବା ବାଲିଯାତ୍ରାରେ ପାରମ୍ପରିକ ଓଡ଼ିଆ ସଙ୍ଗୀତ ଏବଂ ନୃତ୍ୟ, ଓଡ଼ିଆ ଖାଦ୍ୟ, ବସ୍ତ୍ର ଓ ନୌବାଣିଜ୍ୟ ପରମ୍ପରା ଆଦି ପ୍ରଦର୍ଶିତ ହେବ।

ଏହି ବାଲିଯାତ୍ରା ଉତ୍ସବରେ କେଣ୍ଟ୍‌ର ଲର୍ଡ ଲେଫ୍ଟନାଣ୍ଟ, ଲେଡି କୋଲଗ୍ରେନ୍‌ ତଥା ଲଣ୍ଡନର ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସହ ବହୁ ଖ୍ୟାତନାମା ପ୍ରବାସୀ ଓଡ଼ିଆ ତଥା ଓଡ଼ିଶାରୁ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories