www.samajalive.in
Wednesday, December 10, 2025
16.1 C
Bhubaneswar

ୟୁକ୍ରେନକୁ ଆମେରିକା ଓ ନାଟୋ ଦେଶ କ୍ଷେପଣାସ୍ତ୍ର ଯୋଗାଇଲେ ରୁଷ କଡ଼ା ଜବାବ ଦେବ: ପୁଟିନ

ସମାଜ ଡିଜିଟାଲ ଡେସ୍କ: ରୁଷ-ୟୁକ୍ରେନ ଯୁଦ୍ଧକୁ ଅଢ଼େଇ ବର୍ଷ ଅତିକ୍ରମ କରିସାରିଛି। ହେଲେ ଦୁଇ ଦେଶ ମଧ୍ୟରୁ କୌଣସି ଦେଶ ଯୁଦ୍ଧ ବନ୍ଦ କରିବା ସପକ୍ଷରେ ନାହାନ୍ତି। ବରଂ ୟୁକ୍ରେନ ଏହାକୁ ଅଧିକ ତୀବ୍ରତର କରିବାକୁ ଯୋଜନା ଚଳାଇଛି। ରୁଷ ଉପରେ ଆକ୍ରମଣକୁ ବ୍ୟାପକ କରିବା ଲାଗି ୟୁକ୍ରେନ ପୁଣି ଥରେ ନାଟୋ ସହଯୋଗ ଲୋଡ଼ିଛି, ଯାହାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ରୁଷ। ରୁଷ ଉପରେ ଆକ୍ରମଣ ପାଇଁ ୟୁକ୍ରେନକୁ ଆମେରିକା କିମ୍ବା ନାଟୋ ସହଯୋଗୀ ଦେଶଗୁଡ଼ିକ ସହଯୋଗ କଲେ ଏହାର ଦୃଢ଼ ଜବାବ ଦିଆଯିବ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି।

ରୁଷ-ୟୁକ୍ରେନ ଯୁଦ୍ଧ ବର୍ତ୍ତମାନ ସବୁଠୁ ବିପଜ୍ଜନକ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ରୁଷ ପ୍ରତିରକ୍ଷା ବିଭାଗ ଅଧିକାରୀମାନେ କହିଛନ୍ତି। ଆମେରିକା ଏବଂ ନାଟୋ ସହଯୋଗୀ ଦେଶଗୁଡ଼ିକ ଉଦ୍ଦେଶ୍ୟରେ ରୁଷ ଚେତାବନୀ ଦେଇ କହିଛି ଯେ, ଯଦି ସେମାନେ ପଶ୍ଚିମ ଦେଶଗୁଡ଼ିକ ଦ୍ଵାରା ନିର୍ମିତ କ୍ଷେପଣାସ୍ତ୍ର ୟୁକ୍ରେନକୁ ଯୋଗାଣ କରନ୍ତି ଏବଂ ୟୁକ୍ରେନ ସେଥିରେ ରୁଷର ଆଭ୍ୟନ୍ତରୀଣ ଇଲାକାରେ ଆକ୍ରମଣ କରେ, ତେବେ ଏହାର ପରିଣାମ ଭୟଙ୍କର ହେବ।

Hot this week

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

Related Articles

Popular Categories