www.samajalive.in
Sunday, December 14, 2025
26.1 C
Bhubaneswar

ପୋଷାକ କାରଖାନାରେ ଗ୍ୟାସ ଲିକ୍‌ରୁ ୨ ମୃତ, ଭେଣ୍ଟିଲେଟରରେ ୭ କର୍ମଚାରୀ

ସମାଜ ଡିଜିଟାଲ ଡେସ୍କ: ଗୁଜରାଟର ଅହମ୍ମଦାବାଦ ସହରରେ ଥିବା ଏକ ପୋଷାକ କାରଖାନାରେ ରବିବାର ଗ୍ୟାସ ଲିକ୍ ଯୋଗୁ ୨ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୭ ଜଣ କର୍ମଚାରୀ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଏଲଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।

ଅହମ୍ମଦାବାଦ ସହରର ନାରୋଲ ଶିଳ୍ପାଞ୍ଚଳରେ ଥିବା ଦେବୀ ସିନ୍ଥେଟିକ୍ସ କାରଖାନାରେ ରବିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଏହି ଅଘଟଣ ଘଟିଛି। କାରଖାନାରେ ବ୍ୟବହୃତ ଏସିଡକୁ ଅନ୍ୟ ଏକ ଟାଙ୍କିକୁ ସ୍ଥାନାନ୍ତର କରାଯିବା ସମୟରେ ଗ୍ୟାସ ଲିକ୍‌ ହୋଇଥିବା ସ୍ଥାନୀୟ ଡିସିପି ରବିମୋହନ ସାଇନି କହିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories