www.samajalive.in
Monday, December 8, 2025
27.1 C
Bhubaneswar

୬ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ମହୁଲବାହଲି ଛକରୁ ରବିବାର ୬ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଜଣେ ସର୍ଦ୍ଦାର ଶ୍ରମିକମାନଙ୍କୁ ଏକ ଅଟୋ ରିକ୍ସାରେ ନେଉଥିବାବେଳେ ପୁଲିସ ଅଟକାଇ ଯାଞ୍ଚ କରିଥିଲା। ଶ୍ରମିକମାନଙ୍କୁ ଟ୍ରେନ ଯୋଗେ ତେ​‌ଲେଙ୍ଗାନା ନେବାକୁ ଯୋଜନା ହୋଇଥିବା ଜାଣିବା ପରେ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା। ଶ୍ରମିକମାନେ ତେଲେଙ୍ଗାନାରେ ଇଟା ଭାଟିରେ କାମ କରିବା ଲାଗି ଜଣେ ସର୍ଦ୍ଦାର ସେମାନଙ୍କୁ ନେଉଥିଲା। ପୁଲିସକୁ ଦେଖି ସର୍ଦ୍ଦାର ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଉଦ୍ଧାର ୬ ଶ୍ରମିକ ଗଡ଼ଗଡ଼ ବାହାଲ ଗାଁର। ସେମାନଙ୍କ ମଧ୍ୟରେ ୨ ପୁରୁଷ, ୩ ମହିଳା ଏବଂ ଜଣେ ନାବାଳିକା ଥିବା ଥାନା ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି। ପୁଲିସ ଉକ୍ତ ଅଟୋ ରିକ୍ସାକୁ ଜବତ କରିଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories