www.samajalive.in
Saturday, December 6, 2025
16.1 C
Bhubaneswar

ଫୁଲୁଛି ବୁଢାବଳଙ୍ଗ : ୩ ଯୁବକଙ୍କୁ ବନ୍ୟା ପାଣିରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଭୁବନେଶ୍ବର : ବାତ୍ୟା ‘ଦାନା’ ଦୁର୍ବଳ ହେବା ପରେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଏବଂ କେନ୍ଦ୍ରାପଡା ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲାରେ ବନ୍ୟା ପରିସ୍ଥିତି ଉପୁଜିଛି। ବାଲେଶ୍ୱର ଜିଲାର ୧୦ ଗାଁ ଜଳମଗ୍ନ ହେବା ସହ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ମୟୂରଭଞ୍ଜ ଜିଲା ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁଁ ବୁଢାବଳଙ୍ଗ ଓ ସୋନ ନଦୀରେ ଜଳପତ୍ତନ ବଢିବାରୁ ବାଲେଶ୍ୱର ଜିଲାରେ ବନ୍ୟା ସ୍ଥିତି ଉପୁଜିଛି।  ଏସବୁ ଭିତରେ ବୁଢ଼ାବଳଙ୍ଗ ବନ୍ୟା ପାଣିରୁ ୩ ଶ୍ରମିକଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ଏମାନେ ନଦୀ ପାର୍ଶ୍ବରେ ଥିବା ଏକ ଇଟା ଭାଟିରେ କାମ କରୁଥିବା ଜଣାପଡିଛି। ନଦୀରେ ପାଣି ମାଡ଼ି ଆସିବା ଯୋଗୁଁ ଏମାନେ ବନ୍ୟା ଘେରରେ ରହିଯାଇଥିଲ । ଜୀବନ ବଞ୍ଚାଇବା ଲାଗି ଏକ ଆଜବେଷ୍ଟସ୍ ଛାତ ଉପରକୁ ଚଢ଼ି ଯାଇ ଆଶ୍ରୟ ନେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ବୋଟ୍ ଯୋଗେ ସେମାନଙ୍କୁ ଉଦ୍ଧାର କରିଛନ୍ତି । ପ୍ରଶାସନର ବାରଣ ସତ୍ତ୍ବେ ଏମାନେ ଇଟାଭାଟି ଛାଡ଼ି ନଥିଲେ । ତେବେ ଉଦ୍ଧାର ହୋଇଥିବା ୩ ଶ୍ରମିକ ସୁକୁରା ନାୟକ, ଦେବ ସିଂ ଏବଂ ଜିତୁ ସିଂ ବୋଲି ଜଣାପଡିଛି।

 

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories