ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭାର ୮୧ ଆସନ ପାଇଁ ନଭେମ୍ବର ୧୩ ଓ ୨୦ରେ ଦୁଇଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ କମିସନ (ଇସି)ଙ୍କ ତରଫରୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ବ୍ରାଣ୍ଡ୍ ଆମ୍ବାସଡର ନିଯୁକ୍ତ କରାଯାଇଛି। ଧୋନି ମଧ୍ୟ ଏଥିପାଇଁ ସମ୍ମତି ପ୍ରଦାନ କରିଥିବା ଜଣାପଡିଛି। ଅଧିକ ସଂଖ୍ୟାରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଇସି ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁୁହାଯାଇଛି। ଧୋନିଙ୍କର ଲକ୍ଷାଧିକ ପ୍ରଶଂସକ ଥିବାବେଳେ ସେ ଭୋଟରଙ୍କୁ ମତଦାନ ପାଇଁ ପ୍ରବର୍ତ୍ତାଇ ପାରିବେ ବୋଲି ଇସି ଆଶାବ୍ୟକ୍ତ କରୁଛନ୍ତି। ଇସିଙ୍କ ପକ୍ଷରୁ ଜାରି କରାଯାଉଥିବା ବିଜ୍ଞାପନରେ ଧୋନିଙ୍କ ଫଟୋ ଓ ବାର୍ତ୍ତାକୁ ସ୍ଥାନିତ କରାଯିବ ବୋଲି ଝାଡ଼ଖଣ୍ଡର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।
Popular Categories



