www.samajalive.in
Tuesday, December 9, 2025
15.1 C
Bhubaneswar

ବାତ୍ୟା ‘ଦାନା’ର ସଫଳ ମୁକାବିଲା ପାଇଁ କଟକବାସୀଙ୍କୁ ଧନ୍ୟବାଦ ଜଣାଇଲେ ଜିଲ୍ଲାପାଳ..

କଟକ: ବାତ୍ୟା ‘ଦାନା’କୁ ମୁକାବିଲା କରିବାରେ ସଫଳ ହେଲା ଜିଲ୍ଲା ପ୍ରଶାସନ। ଏଥିପାଇଁ କଟକବାସୀଙ୍କୁ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଧନ୍ୟବାଦ ଜଣାଇଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ପାଇଁ ସତର୍କ ସୂଚନା ମିଳିବା ପରେ କଟକରେ ତତ୍ପର ହୋଇଥିଲା ପ୍ରଶାସନ। ହଜାର ହଜାର ତଳିଆ ଅଂଚଳ ଓ ବସ୍ତି ଅଂଚଳର ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିବାରେ ସଫଳ ହୋଇଥିଲା ପ୍ରଶାସନିକ ଟିମ। ସେମାନଙ୍କର ଖାଦ୍ୟ, ସ୍ୱାସ୍ଥ୍ୟ, ପରିମଳ ଦିଗ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆ ଯାଇଥିଇଲା। କିଛି ମାତ୍ରାରେ ଘର, ଅଙ୍ଗନବାଡି ଓ ସ୍କୁଲ ଭାଙ୍ଗିବାର ରିପୋର୍ଟ ହସ୍ତଗତ ହୋଇଛି। କିଛି ସ୍ଥାନରେ ଗଛ ପଡି ରାସ୍ତା ଅବରୋଧକୁ ହଟାଇବା କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଅନ୍ୟପଟେ ଚାଷ ଜନିତ କୌଣସି କ୍ଷୟକ୍ଷତି ଆକଳନ ରିପୋର୍ଟ ଏଯାଏଁ ହସ୍ତଗତ ହୋଇନାହିଁ କାରଣ ବର୍ଷାର ପରିମାଣ ମଧ୍ୟ କମ୍‌ ରହିଥିଲା। କୌଣସି ଚାଷୀ ଫସଲ ନଷ୍ଟ ହୋଇଥିବା ନେଇ ଅଭିଯୋଗ କରିବା ପରେ ଜିଲା ପ୍ରଶାସନିକ ଟିମ ଉକ୍ତ ଅଂଚଳକୁ ଗସ୍ତ କରି ରିପୋର୍ଟ କରିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଦୀପାବଳିରେ ଦୁର୍ଲ୍ଲଭ ରାଜଯୋଗ; ଏହି ରାଶିଙ୍କୁ ମିଳିବ ମା’ଲକ୍ଷ୍ମୀଙ୍କ ବିଶେଷ କୃପା, ହେବେ ଭାଗ୍ୟଶାଳୀ..

ଦେଖନ୍ତୁ ଭିଡିଓ; ମୃତ୍ୟୁକୁ ଦେଲେ ଚ୍ୟାଲେଞ୍ଜ, ଚଳନ୍ତା ଟ୍ରେନ୍‌ରେ ଜୀବନକୁ ବାଜି ଲଗାଇ ବିପଜ୍ଜନକ ଷ୍ଟଣ୍ଟ କଲେ ଯୁବକ..

- Advertisement -

ଭୁବନେଶ୍ୱର ବିମାନବନ୍ଦର ନିକଟରେ ବାଘ ଆତଙ୍କ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories