www.samajalive.in
Sunday, December 14, 2025
19.1 C
Bhubaneswar

ପୃଥିବୀକୁ ଫେରିଲେ ୪ ମହାକାଶଚାରୀ

କେପ୍‌ କାର୍ଣ୍ଣିଭାଲ : ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଦୀର୍ଘ ୮ମାସ ରହଣି ପରେ ଶୁକ୍ରବାର ପୃଥିବୀ ପୃଷ୍ଠକୁ ଫେରିଆସିଛନ୍ତି ୪ଜଣ ମହାକାଶଚାରୀ। ଫେରିଥିବା ମହାକାଶଚାରୀଙ୍କ ମଧ୍ୟରୁ ୩ଜଣ ଆମେରିକୀୟ ଓ ଜଣେ ରୁଷୀୟ। ଏମାନେ ହେଲେ ନାସାର ମାଥ୍ୟୁ ଡୋମିନିକ୍, ମିଚେଲ ବାରାତ, ଜେନେଟ୍ଟ ଏପ୍ସ ଓ ରୁଷ୍‌ର ଆଲେକଜାଣ୍ଡାର ଗ୍ରେବେନକିନ୍। ଏହି ମହାକାଶଚାରୀମାନେ ୨ମାସ ପୂର୍ବରୁ ପୃଥିବୀକୁ ଫେରିଆସିବାର ଥିଲା। ବୋଇଙ୍ଗର ନ୍ୟୁ ଷ୍ଟାରଲାଇନ କ୍ୟାପସୁଲରେ ସମସ୍ୟା ଯୋଗୁଁ ସେମାନଙ୍କ ଫେରିବା ବିଳମ୍ବ ହୋଇଥିଲା। ଗତ ସେପ୍ଟେମ୍ବରରେ ଷ୍ଟାରଲାଇନର କ୍ୟାପସୁଲ୍‌ଟି ବିନା ମହାକାଶଚାରୀଙ୍କ ସହିତ ପୃଥିବୀକୁ ଫେରିଥିଲା। ଏହା ପରେ ଘୂର୍ଣ୍ଣିଝଡ ମିଲ୍‌ଟନ ଯୋଗୁଁ ମହାକାଶଚାରୀଙ୍କ ଫେରିବା ଆଉ ଦୁଇ ସପ୍ତାହ ବିଳମ୍ବ ହୋଇଥିଲା।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories