www.samajalive.in
Tuesday, December 9, 2025
23.1 C
Bhubaneswar

ମୁଖ୍ୟମନ୍ତ୍ରୀ ଜନଜାତି ଜିବିକା ମିଶନ ସହାୟତାରେ ସ୍ୱାବଲମ୍ବି ହେଲେ ଯୁବ ଉଦ୍ୟୋଗୀ

ଫୁଲବାଣୀ: ଆଦିବାସୀ ପରିବାର ମାନଙ୍କର ଉନ୍ନତି ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦେକ୍ଷପ ନିଆଯାଉଥିବା ବେଳେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି ମୁଖ୍ୟମନ୍ତ୍ରୀ ଜନଜାତୀ ଜିବିକା ମିଶନ। କନ୍ଧମାଳ ଜିଲ୍ଲା ରେ ସମନ୍ୱିତ ଆଦିବାସୀ ଉନ୍ନୟନ୍ନ ସଂସ୍ଥା ଫୁଲବାଣୀ ତରଫରୁ ୩ଟି ବ୍ଲକର ବିଭିନ୍ନ ଅଞ୍ଚଳରେ ଏହି ଯୋଜନା ପରିଚାଳିତ ହେଉଛି। ଆ.ଈ.ଟି.ଡି.ଏ.ର ପ୍ରକଳ୍ପ ନିର୍ଦେଶିକା ଦେବଜାନୀ ଭୂୟାଁଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳକ ପି. ମୂରଲିଧର ଯୋଜନାକୁ ଗ୍ରାମ୍ୟସ୍ତରରେ ପହଂଚାଇବା ପରିପ୍ରେକ୍ଷିରେ ଆଦିବାସୀ ପରିବାର ଗୁଡିକର ଆର୍ଥୀକ ସ୍ୱଛଳତାକୁ ଆଖିଆଗରେ ବିଭିନ୍ନ ଗ୍ରାମରେ ଯୁବ ଉଦ୍ୟୋଗୀ ମାନଙ୍କୁ ଚିହ୍ନଟ କରି ବିଭିନ୍ନ କୃଷି ଓ ଅଣକୃଷି ଭିତିକ ଉଦ୍ୟୋଗ ପାଇଁ ଏକ ଲକ୍ଷ ଲେଖା ଟଙ୍କା ସହାୟତା ଯୋଗାଇବା ସହ ନିଜର ମଧ୍ୟ କିଛି ଟଙ୍କା ବିନିଯୋଗ କରି ଆଗକୁ ବଢ଼ିବାର ପ୍ରୟାଶ ଜାରି ରହିଛି। ଏଭଳି ସହାୟତା ପାଇ ଅନେକ ଉଦ୍ୟୋଗୀଙ୍କ ମଧ୍ୟରୁ ଜଣେ ଉଦ୍ୟୋଗୀ ହେଉଛନ୍ତି ଖଜୁରିପଡ଼ା ବ୍ଲକ ଅର୍ନ୍ତଗତ ସୁଡ୍ରୁକୁମ୍ପା ଗ୍ରାମପଂଚାୟତର ପାତିଆମ୍ବା ଗ୍ରାମର ପଦ୍ମ ଚରଣ ନାୟକ। ସେ ଏକ ଲକ୍ଷ ଟଙ୍କା ସହାୟତା ନେଇ ସେଥିରେ ନିଜର ଚାଳିଶ ହଜାର ଟଙ୍କା ମିଶାଇ ମୁଢି ବ୍ୟବସାୟ କରିବା ଆରମ୍ଭ କରିଛନ୍ତି। ଆଗରୁ ମୁଢି ତିଆରି କରି ବିକି କିଛି ଦୁଇପଇସା ରୋଜଗାର କରୁଥିଲେ ବି ବ୍ୟବସାୟକୁ ବଡ ଧରଣ କରି ବାକୁ ଚାହିଁଲେ ମଧ୍ୟ ପଇସା ଅଭାବରୁ ସେ ଆଗକୁ ବଢ଼ି ପାରୁନଥିଲେ। ମୁଖ୍ୟମନ୍ତ୍ରୀ ଜନଜାତୀ ଜୀବିକା ମିଶନ ଯୋଜନା ମାଧ୍ୟମରେ ସହାୟତା ପାଇବା ପରେ ସେ ଗୋଟିଏ ଦୁଇଚକିଆ ଲୁନା ଗାଡି କିଣି ସେଥିରେ ତାଙ୍କର ବ୍ୟବସାୟ କୁ ବଢ଼ାଇ ଏବେ ମାସକୁ ପ୍ରାୟ ୨୦ ହଜାରରୁ ୨୫ ହଜାର ଟଙ୍କା ରୋଗଗାର କରିପାରୁଛନ୍ତି ବୋଲି ପ୍ରକାଶ କରିଛନ୍ତି। ୫ ଜଣିଆ ବିଶିଷ୍ଟ ପରିବାରକୁ ସହଜରେ ଚଲାଇବା ପାଇଁ ପଦ୍ମ ଚରଣ ଙ୍କୁ ଏବେ ଆଉ ଅସୁବିଧାରେ ପଡ଼ିବାକୁ ହେଉନାହିଁ ବୋଲି କହିଛନ୍ତି। ଏହି ପରି ସହାୟତା ପାଇ ତାର ପରିବାରର ଆର୍ଥିକ ପରିସ୍ଥିତି ସଦୁରି ପାରିଥିବାରୁ ପ୍ରକଳ୍ପ ପ୍ରସାଶୀକାଙ୍କୁ ଧନ୍ୟବାଦ ଦେବା ସହ ତାଙ୍କୁ ଉଦ୍ୟେଗୀ ହେବା ପାଇଁ ଚିହ୍ନଟ କରିଥିବା ସ୍ୱାତୀ ଅନୁଷ୍ଠାନକୁ ମଧ୍ୟ ସାଧୁବାଦ ଜଣାଇଛନ୍ତି। କାର୍ଯ୍ୟକ୍ରମ ର ସଠିକ୍‌‌ ପରିଚାଳନା ପାଇଁ ଉଦ୍ୟୋଗି ମାନଙ୍କ ସହ ସୁସଂପର୍କ ସ୍ଥାପନ କରି କାର୍ଯ୍ୟକ୍ରମକୁ ସଫଳ କରିବାକୁ ବ୍ଲକସ୍ତରୀୟ ଜୀବିକା ବିଶେଷଜ୍ଞ ଶ୍ରୀପତି ପାତ୍ର ସହାୟତା ପ୍ରଦାନ କରିଥିଲେ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories