www.samajalive.in
Monday, December 8, 2025
14.1 C
Bhubaneswar

ଯୁଦ୍ଧ ଯୋଗୁଁ ଆର୍ଥିକ ଯନ୍ତ୍ରଣାରେ ଛଟପଟ ଇସ୍ରାଏଲ

ତେଲଆଭିଭ୍‌: ପାଲେଷ୍ଟାଇନର ହମାସ ଓ ଲେବାନନ୍‌ର ହେଜବୋଲ୍ଲା ଆତଙ୍କବାଦୀ ସଂଗଠନ ବିରୋଧରେ ଇସ୍ରାଏଲ ଚଳାଇଥିବା ଯୁଦ୍ଧ ମଣିଷ ଜୀବନକୁ ଦୟନୀୟ କରିଦେଇଛି। ଇସ୍ରାଏଲର ଆକ୍ରମଣରେ ପାଲେଷ୍ଟାଇନ ଓ ଲେବାନନ୍‌ରେ ହଜାର ହଜାର ସାଧାରଣ ନାଗରିକଙ୍କ ଜୀବନହାନି ଘଟୁଥିବାବେଳେ ଅନେକ ଆହତ ହେଉଛନ୍ତି।
ଅନ୍ୟପଟେ ଏହି ଯୁଦ୍ଧ ଇସ୍ରାଏଲକୁ ଆର୍ଥିକ ଯନ୍ତ୍ରଣାରେ ପକାଇଛି। ଇସ୍ରାଏଲର ସାମରିକ ବ୍ୟୟ ଭାର ବଢିବାରେ ଲାଗିଛି। ଯୁଦ୍ଧ ଯୋଗୁଁ ଦେଶର ଆର୍ଥିକସ୍ଥିତି ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଯୁଦ୍ଧବ୍ୟୟ ଭାର ବହନ କରିବା ଲାଗି ସରକାର ଲୋକଙ୍କ ଉପରେ ଟିକସ ବଢାଇ ଚାଲିଛନ୍ତି। ଏହା ସହିତ ବିଭିନ୍ନ ପ୍ରକାର ସରକାରୀ ଯୋଜନାକୁ ହ୍ରାସ କରାଯାଉଛି। ଏପରି କି ଭିତ୍ତିଭୂମି ବିକାଶ ଭଳି କାର‌୍ୟ୍ୟସବୁକୁ ବନ୍ଦ କରିଦିଆଯାଇଛି। ଦେଶର ସମସ୍ତ ଆୟ ଯୁଦ୍ଧାସ୍ତ୍ର କ୍ରୟ, ତିଆରି ଓ ସେନା ପାଇଁ ଖର୍ଚ୍ଚ କରାଯାଉଛି। ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର କହିବା ଅନୁଯାୟୀ ଗତବର୍ଷ ଇସ୍ରାଏଲର ମାସିକ ସାମରିକ ବ୍ୟୟ ୪୭୦ କୋଟି ଡଲାର ରହିଥିଲା। ଗତବର୍ଷ ଅକ୍ଟୋବର ୭ରୁ ଇସ୍ରାଏଲ ହମାସ ବିରୋଧରେ ଯୁଦ୍ଧ ଚଳାଇଛି। ଏହି ଯୁଦ୍ଧ ପୂର୍ବରୁ ଇସ୍ରାଏଲର ମାସିକ ସାମରିକ ବ୍ୟୟ ୧୮୦କୋଟି ଡଲାର ଥିଲା। ଗତବର୍ଷ ଇସ୍ରାଏଲର ପ୍ରତିରକ୍ଷା ବାବଦ ଖର୍ଚ୍ଚ ୨୭୫୦କୋଟି ଡଲାର ରହିଥିଲା। ଇସ୍ରାଏଲର ପ୍ରତିରକ୍ଷା ଖର୍ଚ୍ଚ କାନାଡା ଓ ଫ୍ରାନ୍ସ ଭଳି ରାଷ୍ଟ୍ରର ଖର୍ଚ୍ଚ ଠାରୁ ଅଧିକ। ସେହିପରି ରୁଷ୍ ସହିତ ଦୁଇବର୍ଷ ହେଲା ଯୁଦ୍ଧ ଚଳାଇଥିବା ୟୁକ୍ରେନ ଏହାର ମୋଟ ବଜେଟ୍‌ର ଅର୍ଦ୍ଧାଧିକ ପ୍ରତିରକ୍ଷା ବାବଦରେ ଖର୍ଚ୍ଚ କରୁଛି। ଯୁଦ୍ଧ ଯୋଗୁଁ ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି ଆଗାମୀ ଦିନରେ ଦୁଇ ଦେଶ ଅର୍ଥନୀତି ଉପରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବାକୁ ଯାଉଛି। ହମାସ ଆକ୍ରମଣର ତିନିମାସ ପରେ ଇସ୍ରାଏଲର ଅର୍ଥନୀତି ୫.୬ % ହ୍ରାସ ପାଇଥିଲା।
ଯୁଦ୍ଧ ଯୋଗୁଁ ଇସ୍ରାଏଲ ଉପରେ ଆର୍ଥିକ ବୋଝ ବଢିଥିବାବେଳେ ଶ୍ରମିକ ଯୋଗାଣ ପ୍ରଭାବିତ ହୋଇଛି। ଏଠାକୁ ବାହାର ଦେଶର ଶ୍ରମିକ କାମ କରିବାକୁ ଯାଉ ନାହାନ୍ତି। ଦେଶରେ ଯେଉଁ ଶ୍ରମିକମାନେ ଉପଲବ୍ଧ ସେମାନେ ସାମରିକ କାର‌୍ୟ୍ୟରେ ନିୟୋଜିତ ହୋଇଛନ୍ତି। ସେହିପରି ଯୁଦ୍ଧ ଯୋଗୁଁ ନୂଆ ବ୍ୟବସାୟ ଆରମ୍ଭ ହୋଇପାରୁ ନାହିଁ। ବିମାନ ସେବା ବାଧାପ୍ରାପ୍ତ ଯୋଗୁଁ ଏଠାକୁ ପର‌୍ୟ୍ୟଟକ ଆସୁ ନାହାନ୍ତି। ଇସ୍ରାଏଲର ଆକ୍ରମଣ ଯୋଗୁଁ ପାଲେଷ୍ଟାଇନର ଗାଜାରେ ୯୦ପ୍ରତିଶତ ଲୋକ ବାସହରା ହୋଇପଡିଛନ୍ତି। ଏଠାକାର ଅର୍ଥନୀତି ସମ୍ପୂର୍ଣ୍ଣ ରୂପେ ଧରାଶାୟୀ ହୋଇପଡିଛି। ଲୋକଙ୍କ ପାଖରେ କୌଣସି ନିଯୁକ୍ତି ସୁଯୋଗ ନାହିଁ। ୱେଷ୍ଟବ୍ୟାଙ୍କର ଅର୍ଥନୀତି ମଧ୍ୟ ବହୁମାତ୍ରାରେ ପ୍ରଭାବିତ ହୋଇଛି। ହଜାର ହଜାର ପାଲେଷ୍ଟାଇନ ନାଗରିକ ସେମାନଙ୍କ ନିଯୁକ୍ତି ହରାଇଛନ୍ତି। ବିଶ୍ବବ୍ୟାଙ୍କର କହିବା ଅନୁଯାୟୀ ପାଲେଷ୍ଟାଇନ ୱେଷ୍ଟବ୍ୟାଙ୍କର ଅର୍ଥନୀତି ୨୫ଧ ସଂକୁଚିତ ହୋଇଛି। ଇସ୍ରାଏଲର ଆଇଟି ସେକ୍ଟର ଟିକସ ଆଦାୟର ମୁଖ୍ୟ ଉତ୍ସ। ଆଇଟି ସେକ୍ଟରରୁ ୨୫୦କୋଟି ଡଲାର ଟିକସ ଆଦାୟ ହୋଇଛି। ଯୁଦ୍ଧ ପୂର୍ବରୁ ଇସ୍ରାଏଲକୁ ଆମେରିକା ପ୍ରତିରକ୍ଷା ସହାୟତା ବାବଦରେ ବାର୍ଷିକ ୩୮୦ କୋଟି ଡଲାର ପ୍ରଦାନ କରୁଥିଲା। ବରାକ ଓବାମାଙ୍କ ଶାସନ ସମୟରୁ ଆମେରିକା ଏହି ସହାୟତା ପ୍ରଦାନ କରିଆସୁଛି। ଆମେରିକାର ଏହି ସହାୟତା ଇସ୍ରାଏଲର ଯୁଦ୍ଧ ପୂର୍ବ ପ୍ରତିରକ୍ଷା ଖର୍ଚ୍ଚ ୧୪ଧକୁ ଭରଣା କରିଆସୁଥିଲା। ହମାସ ସହିତ ଯୁଦ୍ଧ ଆରମ୍ଭ ପରଠାରୁ ଆମେରିକା ପ୍ରତିରକ୍ଷା ସହାୟତା ବାବଦରେ ଇସ୍ରାଏଲକୁ ଅଧିକ ୧୭୯ କୋଟି ଡଲାର ପ୍ରଦାନ କରିଛି। ପ୍ରତିରକ୍ଷା ସହାୟତା ବ୍ୟତୀତ ଆମେରିକା ଅନ୍ୟାନ୍ୟ ଆର୍ଥିକ ସହାୟତା ମଧ୍ୟ ଇସ୍ରାଏଲକୁ ପ୍ରଦାନ କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories