www.samajalive.in
Wednesday, December 10, 2025
18.1 C
Bhubaneswar

ଆଜିଠାରୁ ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ

ପୁଣେ : ପ୍ରଥମ ଟେଷ୍ଟମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ୍‌ ଦଳ ଆଜିଠାରୁ ପୁଣେରେ ୨ୟ ଟେଷ୍ଟ ଖେଳିବାକୁ ଯାଉଛି। ଭାରତରେ ଘରୋଇ ଦଳକୁ ଟେଷ୍ଟରେ ହରାଇବା ବିଦେଶୀ ଦଳଙ୍କ ପାଇଁ ବେଶ୍‌ କଷ୍ଟକର। ହେଲେ ଦୀର୍ଘ ୩୬ ବର୍ଷ ପରେ ଏହା କରି ପାରିଥିବା ନ୍ୟୁଜିଲାଣ୍ଡ ଦୃଢ଼ ମନୋବଳ ହାସଲ କରିଛି। ହେଲେ ପୁଣେରେ ଏହି ପ୍ରଦର୍ଶନ ଦୋହରାଇବା ଟମ୍ ଲାଥାମ୍‌ଙ୍କ ଦଳ ପାଇଁ କଷ୍ଟକର ହେବ। କାରଣ ନ୍ୟୁଜିଲାଣ୍ଡର ଶକ୍ତି ହେଲା ଫାଷ୍ଟ ବୋଲିଂ। ବେଙ୍ଗାଲୁରୁର ପିଚ୍‌; ବିଶେଷକରି ବର୍ଷା ପାଗ ନ୍ୟୁଜିଲାଣ୍ଡର ପେସ୍ ବୋଲରଙ୍କୁ ସୁହାଇଥିଲା। ହେଲେ ଶୃଙ୍ଖଳାକୁ ଫେରିବା ଲାଗି ତତ୍ପର ଥିବା ଭାରତୀୟ ଦଳକୁ ପୁଣେ ପିଚ୍‌ ବେଶ୍‌ ସହାୟକ ହେବ। ଏଠାରେ ସ୍ପିନ୍ ଉପଯୋଗୀ ପିଚ୍‌ ପ୍ରସ୍ତୁତ ହୋଇଛି। ଏହି କଳା ମାଟିର ପିଚ୍‌ରେ ଘାସ ନାହିଁ। ତେଣୁ ବାଉନ୍‌ସ ରହିବ ନାହିଁ ଏବଂ ଏହା ଧିମା ରହିବ। ଖେଳ ଆଗକୁ ବଢ଼ିବା ସହ ପିଚ୍‌ ସ୍ପିନରଙ୍କୁ ସୁହାଇବ। ଏପରି ପିଚ୍‌ରେ ୩ ଜଣିଆ ଭାରତୀୟ ସ୍ପିନରଙ୍କ ମୁକାବିଲା କରିବା ନ୍ୟୁଜିଲାଣ୍ଡ ପାଇଁ ବଡ଼ ଆହ୍ବାନ ହେବ। ମୋଟ୍‌ ଉପରେ ଏହି ଟେଷ୍ଟ ଜିତିବା ପାଇଁ ଘରୋଇ ଭାରତ ବଡ଼ ଫେଭରିଟ୍‌।
୨୦୧୭ରେ ଅଷ୍ଟ୍ରେଲିଆ ଓ ୨୦୨୧ରେ ଇଂଲଣ୍ଡ ବିପକ୍ଷରେ ମଧ୍ୟ ଭାରତ ଘରୋଇ ଶୃଙ୍ଖଳାରେ ୦-୧ରେ ପଛରେ ଥିଲା। ତେବେ ଉଭୟ ଥର ପ୍ରତ୍ୟାବର୍ତ୍ତନ କରି ଭାରତ ଶୃଙ୍ଖଳା ଜିତିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଏହା କରିବାକୁ ପ୍ରୟାସ କରିବ। ବେଙ୍ଗାଲୁରୁରେ ମେଘୁଆ ପାଗର ଫାଇଦା ଉଠାଇ ଆର୍ଦତା ଓ ବାଉନ୍‌ସ ଥିବା ପିଚ୍‌ରେ ଭାରତୀୟ ବ୍ୟାଟିଂକୁ ଧ୍ବସ୍ତ କରିଥିଲେ ନ୍ୟୁଜିଲାଣ୍ଡର ପେସ୍ ବୋଲର। ଘରୋଇ ମାଟିରେ ଭାରତ ସର୍ବନିମ୍ନ ସ୍କୋର୍‌ ୪୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ପରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୩୫୬ ରନ୍‌ ଲିଡ୍‌ ନେଇଥିଲା। ୨ୟ ଇନିଂସରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ପରେ ସର୍ଫରାଜ ଖାଁ ୧୫୦ ଓ ଋଷଭ ପନ୍ତ ୯୯ ରନ୍‌ କରିବାରୁ ଭାରତ ମ୍ୟାଚ୍‌କୁ ଫେରିବାର ପ୍ରୟାସ କରିଥିଲା। ହେଲେ ୫୪ ରନ୍‌ରେ ଭାରତ ଶେଷ ୭ଟି ୱିକେଟ୍‌ ହରାଇବାରୁ ନ୍ୟୁଜିଲାଣ୍ଡ ଜିତିଥିଲା। ପୁଣେ ପିଚ୍‌ରେ ନ୍ୟୁଜିଲାଣ୍ଡ ପାଇଁ ଘାତକ ହୋଇପାରନ୍ତି ୩ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡ଼େଜା ଓ କୁଲଦୀପ ଯାଦବ। ପୁଣି ବେଙ୍ଗାଲୁରୁରେ ଭଲ ପ୍ରଦର୍ଶନ କରିନଥିବା ପେସ୍‌ ବୋଲର ମହମ୍ମଦ ସିରାଜ୍‌ଙ୍କ ସ୍ଥାନରେ ଆକାଶ ଦୀପଙ୍କୁ ଭାରତ ସୁଯୋଗ ଦେଇପାରେ। ପୁଣି ଏହି ସ୍ଥାନରେ ଅତିରିକ୍ତ ସ୍ପିନର ଭାବେ ୱାଶିଂଟନ ସୁନ୍ଦର ଖେଳିବା ସମ୍ଭାବନା ମଧ୍ୟ ରହିଛି। ଯେକୌଣସି ପିଚ୍‌ରେ ଯଶପ୍ରୀତ ବୁମ୍‌ରା ପ୍ରତିପକ୍ଷଙ୍କ ପାଇଁ ଦୁଃସ୍ବପ୍ନ। ତେବେ ମ୍ୟାଚ୍‌ ଜିତିବାକୁ ହେଲେ ଭାରତକୁ ବଡ଼ ସ୍କୋର୍‌ କରିବାକୁ ପଡ଼ିବ। କେ.ଏଲ୍‌. ରାହୁଲଙ୍କୁ ଛାଡ଼ି ସମସ୍ତ ବ୍ୟାଟ୍‌ସମ୍ୟାନ୍ ରନ୍‌ କରିଛନ୍ତି। ପୁଣି ଶୁବ୍‌ମାନ ଗିଲ୍‌ ଫିଟ୍‌ ହୋଇଥିବାରୁ ସେ ଖେଳିବେ। ଫଳରେ ସର୍ଫରାଜ ଖାଁ ଓ ରାହୁଲଙ୍କ ମଧ୍ୟରୁ ଜଣେ ବସିବେ। ଫର୍ମ ଅନୁସାରେ ରାହୁଲ ବସିବା କଥା; ହେଲେ ତାଙ୍କ ପଛରେ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସମର୍ଥନ ରହିଛି। ତେଣୁ କିଏ ଖେଳିବେ; ତାହା କହି ହେବନାହିଁ। ଆଉ ୧୯ ରନ୍ କଲେ ରାହୁଲ ଟେଷ୍ଟ କ୍ରିକେଟ୍‌ରେ ୩୦୦୦ ରନ୍‌ରେ ପହଞ୍ଚିବେ। କେନ୍ ୱିଲିୟମ୍‌ସନ ନ ଥିବାରୁ ବ୍ୟାଟିଂର ଭାର ଅଧିନାୟକ ଟମ୍ ଲାଥାମ୍‌, ଡେଭନ୍ କନ୍‌ୱେ, ରଚିନ୍ ରବୀନ୍ଦ୍ର ଓ ଡ୍ୟାରିଲ ମିଚେଲଙ୍କ ଉପରେ ରହିବ। ଏହି ପିଚ୍‌ରେ ନ୍ୟୁଜିଲାଣ୍ଡ ଜଣେ ପେସରଙ୍କୁ ବସାଇ ବାମହାତି ସ୍ପିନର ମିଚେଲ ସାଣ୍ଟ୍‌ନରଙ୍କୁ ଖେଳାଇବ ନିଶ୍ଚୟ। ଫଳରେ ଦୁଇ ପେସ୍‌ ବୋଲର ଟିମ୍ ସାଉଦି ଓ ୱିଲିୟମ୍‌ ଓ’ରୁର୍କେଙ୍କ ମଧ୍ୟରୁ ଜଣେ ଖେଳିବେ। ରଚିନ୍‌ ରବୀନ୍ଦ୍ର ଓ ଗ୍ଲେନ୍‌ ଫିଲିପ୍‌ସ ମଧ୍ୟ ଦୁଇ ସ୍ପିନ୍ ବିକଳ୍ପ। ବାମହାତି ସ୍ପିନର ଏଜାଜ୍ ପଟେଲ ଭାରତୀୟଙ୍କୁ ଅସୁବିଧାରେ ପକାଇ ପାରନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories