www.samajalive.in
Wednesday, December 10, 2025
23.1 C
Bhubaneswar

ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ

କେନ୍ଦୁଝରଗଡ଼: ସମ୍ଭାବ୍ୟ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳ ଆଡକୁ ଅଗ୍ରସର ହେଉଥିବା ବେଳେ କିଛି ଘଣ୍ଟା ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହେବା ଆଶଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ୨୪ ଏବଂ ୨୫ ତାରିଖ ପାଇଁ ପାଣିପାଗ କେନ୍ଦ୍ର, କେନ୍ଦୁଝର ଜିଲା ପାଇଁ ଯଥାକ୍ରମେ ଅରେଞ୍ଜ ଓ ରେଡ ୱାର୍ଣ୍ଣିଙ୍ଗ ଜାରି କରିଛି। ଏହାର ସଫଳ ମୁକାବିଲା ନିମନ୍ତେ ଜିଲା ପ୍ରଶାସନ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ କରି ସାରିଛି। ଜିଲାର ୪ଟି ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି। ଏତଦ୍‌‌ବ୍ୟତୀତ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳର ୨୪୦ଟି ବିଦ୍ୟାଳୟ ଓ ସରକାରୀ କାର୍ଯ୍ୟାଳୟକୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ଭାବେ ରୂପାନ୍ତରିତ କରାଯାଇଛି। ଏହି ସବୁ ବାତ୍ୟା ଆଶ୍ରୟସ୍ଥଳୀରେ ବିଦ୍ୟୁତ ସୁବିଧା ସମେତ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ, ନବଜାତ ଶିଶୁ ଏବଂ ଗର୍ଭବତୀ ଓ କ୍ଷୀର ଖୁଆଉଥିବା ମା’ମାନଙ୍କ ନିମନ୍ତେ ଖାଦ୍ୟ, ଆଶୁ ଚିକିତ୍ସା ଔଷଧ ମହଜୁଦ ରଖାଯାଇଛି। ତଳିଆ ଓ ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବା ପାଇଁ ବିଡିଓ ଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୁଧବାର ଅପରାହ୍ନ ସୁଦ୍ଧା ଜିଲାର ଆନନ୍ଦପୁରଠାରେ ୩ ଅଫିସର ଓ ୩୧ ଯବାନଙ୍କୁ ନେଇ ଗଠିତ ଏକ ଏନଡିଆରଏଫ ଟିମ୍‌‌ ମୁତୟନ ରହିଥିବା ବେଳେ ୧୫ଟି ଅଗ୍ନିଶମ ବାହିନୀ ମଧ୍ୟ ସଜାଗ ରହିଛନ୍ତି। ୯୫୯ଜଣ ଗର୍ଭବତୀ ମହିଳାଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି। ବାତ୍ୟା ଏବଂ ପରବର୍ତ୍ତୀ କାଳରେ ବିଦ୍ୟୁତ ସରବରାହ ସ୍ୱାଭାବିକ୍‌‌ ରଖିବା ପାଇଁ ୯୮ଟି ଟିମ ପ୍ରସ୍ତୁତ ହୋଇ ରହିଛନ୍ତି। ଟେଲିଫୋନ ବ୍ୟବସ୍ଥା ଅବ୍ୟାହତ ରଖିବା ପାଇଁ ଗୋଟିଏ ବୈଷୟିକ ଦଳ ମଧ୍ୟ ସଜାଗ ରହିଛନ୍ତି। ୧୮୧୫ ଗୋଟି ପଲିଥିନ ପ୍ୟାକେଟ ମହଜୁଦ ରହିଛି। ବର୍ଷା ଓ ପବନ ଯୋଗୁଁଁ ବିଦ୍ୟୁତ ଯୋଗାଣ ବ୍ୟାହତ ହେବା ଆଶଙ୍କା ଥିବାରୁ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ଅନୁଷ୍ଠାନ ମାନଙ୍କ ପାଖେ ପର୍ଯ୍ୟାପ୍ତ ସଚଳ ଡ଼ିଜି ସେଟ ମହଜୁଦ ରଖାଯାଇଛି। ସ୍ୱାସ୍ଥ୍ୟ ସେବା ପାଇଁ ୩୨, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ୧୩, ପେଟ୍ରୋଲ ପମ୍ପରେ ୧୬୦, ପୁଲିସ ଷ୍ଟେସନରେ ୪ ଓ ନଗରପାଳିକା ନିକଟରେ ୫ଟି ଡ଼ିଜି ସେଟ୍‌‌ ମହଜୁଦ ରହିଛି, ଯଦ୍ୱାରା ବିପର୍ଯ୍ୟୟ ସମୟରେ ବିଦ୍ୟୁତ ସରବରାହ ପୁନଃ ସଂଯୋଗ ହେବା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସେବା ପ୍ରଦାନ ନିରନ୍ତର ହୋଇପାରିବବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories