ଶବରଦେଈପେଟା ଗ୍ରାମରୁ ବାଣ ଜବତ, ଦୁଇ ଗିରିଫ

ପାତ୍ରପୁର: ଜରଡ଼ା ଥାନା ଜାତୀୟ ରାଜପଥ କଡ଼ରେ ଥିବା ବି. ନୂଆଗାଁ  ଗ୍ରାମପଞ୍ଚାୟତର ସବରଦେଇପେଟା ଗ୍ରାମରୁ ବେଆଇନ ଭାବେ ବିକ୍ରି ହେଉଥିବା ବାଣକୁ ପୁଲିସ ଜବତ କରିଛି। ଏହି ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି।

ଗ୍ରାମରେ ବେଆଇନ ଭାବେ ବାଣ ବିକ୍ରି ହେଉଥିବା ନେଇ ଖବର ପାଇ ଜରଡ଼ା ପୁଲିସ ଚଢାଉ କରିଥିଲା। ଗ୍ରାମର ୩ଟି ଘରେ ବିପୁଳ ପରିମାଣର ବାଣ ଥିବା ବେଳେ ତାହାକୁ ପୁଲିସ ଜବତ କରିଥିଲା। ଏ ସମ୍ପର୍କରେ ୩ଟି ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଟୁନା ସାସମଲ ସୂଚନା ଦେଇଛନ୍ତି।

Comments are closed.