www.samajalive.in
Sunday, December 7, 2025
16.1 C
Bhubaneswar

ବାତ୍ୟା ଦାନା – କଟକ ମାଲଗୋଦାମରୁ ପଠାଗଲା ରିଲିଫ

ଡେସ୍କ: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବୁଧବାର କଟକ ମାଲଗୋଦାମରୁ ରିଲିଫ ପଠାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ହେବାକୁ ଥିବା ୬ଟି ଜିଲା ପାଇଁ ରିଲିଫ ସ୍ୱତନ୍ତ୍ର ଟ୍ରକରେ ଯିବା ଆରମ୍ଭ ହୋଇଛି। ଶୁଖିଲା ଖାଦ୍ୟ ଯେପରି ଚୁଡା , ଗୂଡ଼, ଚିନି, ମହମବତି ଆଦି ଖାଦ୍ୟ ପ୍ରଭାବିତ ହେବାକୁ ଥିବା ଜିଲା ମାନଙ୍କ ପାଇଁ ପଠାଯାଉଛି। ସିଏମସି ଯୋଗାଣ ବିଭାଗ ଓ ମାଲଗୋଦାମ ବ୍ୟବସାୟୀ ସଂଘର ଉପସ୍ଥିତିରେ ସମସ୍ତ ଶୁଖିଲା ଖାଦ୍ୟ ପଠାଯାଇଛି। ଯଦି ସରକାରଙ୍କ ନିର୍ଦେଶ ଆସେ ତେବେ ବାତ୍ୟା ଆଶ୍ରୟସ୍ଥଳ ପାଇଁ ଖାଦ୍ୟ ସାମଗ୍ରୀ ଯୋଗାଯିବ ବୋଲି କହିଛନ୍ତି ସିଏମସି ଯୋଗାଣ ନିରୀକ୍ଷଣ କେଦାରନାଥ ପ୍ରଧାନୀ।


ଅନ୍ୟପଟେ ମାଲଗୋଦାମରୁ ରିଲିଫ ଯିବା ପରେ ମଧ୍ୟ ୧୦ ଦିନ ପାଇଁ ରାସନ ସାମଗ୍ରୀ ମହଜୁଦ ରହିଛି। ଖାଉଟି ମାନେ ଆଦୌ ଚିନ୍ତା କରନ୍ତୁ ନାହିଁ ବୋଲି କହିଛନ୍ତି ମାଲଗୋଦାମ ବ୍ୟବସାୟୀ ସଂଘ ଯୁଗ୍ମ ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର।

- Advertisement -

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories