ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

ଭବାନୀପାଟଣା: ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ସମ୍ମୁଖରେ ବୁଧବାର ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେ କେକେବିଏନ ଡିଭିଜନର କ୍ୟାଡର ଦେବୀ ଶୋରୀ ଓରଫ ଗୀତା (୨୨) ବୋଲି ଜଣାପଡିଛି। ମୁଖ୍ୟତଃ ନକ୍ସଲମାନଙ୍କ ଚିକିତ୍ସାରେ ନିୟୋଜିତ ଦେବୀ ନୂଆପଡ଼ା ଏବଂ ବୌଦ୍ଧ ଜିଲ୍ଲାର କେତେକ ଗୁଳି ବିନିମୟ ଘଟଣାରେ ସଂପୃକ୍ତ ଥିବା ଡିଆଇଜି ନୀତି ଶେଖର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଏବଂ ଥଇଥାନ ନୀତିରେ ଆକର୍ଷିତ ହେଇ ସେ ମୁଖ୍ୟସ୍ରୋତକୁ ଫେରିଲେ ବୋଲି ଡିଆଇଜି କହିଥିଲେ।

Comments are closed.