ଶିକ୍ଷା ବିଭାଗ ତରଫରୁ ଜିଲାସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ସମ୍ବଲପୁର: ସ୍ଥାନୀୟ ଲେଡି ଲୁଇସ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରେକ୍ଷାଳୟ ଠାରେ ଶିକ୍ଷା ବିଭାଗ ତରଫରୁ ବାଳିକା ମାନେ ସମ୍ମୁଖୀନ ହେଉଥିବା ଆହ୍ୱାନର ମୁକାବିଲା କରିବା ଏବଂ ସେମାନଙ୍କ ସଶକ୍ତିକରଣ ଓ ମାନବଧିକାର ସୁନିଶ୍ଚିତ କରିବାର ଲକ୍ଷ୍ୟ ନେଇ ଜିଲାସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି। ଜିଲା ଶିକ୍ଷାଧିକାରୀ ମୀନାରାଣୀ ମଙ୍ଗଳ ଉଦଯାପନ ସମାରୋହରେ ମୁଖ୍ୟ ଅତିଥି ରୂପେ ଦେଇ ଛାତ୍ରୀ ମାନଙ୍କୁ ଅଳ୍ପକେ ସନ୍ତୁଷ୍ଟ ନ ହୋଇ ସଫଳତାର ଶିଖର ଆରୋହଣ କରିବା ପାଇଁ ଆହ୍ୱାନ ଦେଇଥିଲେ।

ଅନ୍ୟତମ ଅତିଥି ରୂପେ ଜିଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପାଢ଼ୀ ଯୋଗ ଦେଇ କହିଥିଲେ ଯେ, ଲିଙ୍ଗଗତ ସମାନତା, ଛାତ୍ରୀ ମାନଙ୍କ ବିଭିନ୍ନ ଅଧିକାର, ଅଧିନିୟମ, କନ୍ୟା ସନ୍ତାନ ମାନଙ୍କ ପାଇଁ ସରକାରଙ୍କ ରହିଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଜୟଶ୍ରୀ ଦୋରା, ଧନକଉଡା ଶିକ୍ଷାଧିକାରୀ ସେବାଶ୍ରୀ ଭୋଇ ପ୍ରମୁଖ ମଞ୍ଚାସୀନ ରହିଥିଲେ। ସମଗ୍ର ଶିକ୍ଷା, ସମ୍ବଲପୁର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରରୁ ବରିଷ୍ଠ ଓ କନିଷ୍ଠ ବର୍ଗରେ ୮ ଜଣ ଲେଖାଏଁ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, ସଙ୍ଗୀତ, ପ୍ରସଙ୍ଗ ଭିତ୍ତିକ ଦଳ ଗତ ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗୀତା ଆୟୋଜିତ ହୋଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ଏହି ଅବସରରେ ସଚେତନତା ରାଲି ଓ ଅନ୍ୟ ପ୍ରତିଯୋଗିତା ଗୁଡିକ ମଧ୍ୟ ଆୟୋଜିତ ହୋଇଥିଲା। ଜିଲା ବାଳିକା ଶିକ୍ଷା ସଂଯୋଜକ ଅବିନାଶ ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମକୁ ଅସୀମ ପ୍ରଧାନ ଓ ଦେବସ୍ମିତା ରାଉତ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଜିତ କୁମାର ଲୁହା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିବା ବେଳେ ବରିଷ୍ଠ ଶିକ୍ଷୟତ୍ରୀ କମଳିନୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.