www.samajalive.in
Wednesday, November 19, 2025
18.1 C
Bhubaneswar

ବଙ୍ଗୋପସାଗରରେ ସୃଷ୍ଟି ହେଲା ‘ବାତ୍ୟା’; କାଲି ସ୍ଥଳଭାଗ ଛୁଇଁବ

ସମାଜ ଡିଜିଟାଲ ଡେସ୍କ: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟା ରୂପ ନେଇଛି। ୨୪ରେ ଭୀଷଣ ବାତ୍ୟାର ରୂପ ନେଇ ସେହିଦିନ ରାତି କିମ୍ବା ୨୫ ତାରିଖ ସକାଳେ ଉପକୂଳ ଅତିକ୍ରମ କରିବ। ପୁରୀ ଓ ସାରଗଦ୍ୱୀପ ମଧ୍ୟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କି.ମି ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗତ ୬ଘଣ୍ଟା ହେବ ଘଣ୍ଟାପ୍ରତି ବାତ୍ୟା ୧୮ କି.ମି ବେଗରେ ଗତି କରୁଛି। ବର୍ତ୍ତମାନ ଏହା ପରାଦ୍ୱୀପଠାରୁ ୫୬୦ ଓ ସାଗରଦ୍ୱୀପର ୬୩୦ କି.ମି ଦୂରରେ ରହିଛି।

ତେବେ ବାତ୍ୟାକୁ ନେଇ ସବୁ ବନ୍ଦରକୁ ୨ନଂ ବିପଦ ସଙ୍କେତ ଜାରି କରାଯାଇଛି। ବାତ୍ୟା ପ୍ରଭାବରେ ଆଜି ଉପକୂଳ ଓଡ଼ିଶାରେ ବର୍ଷା ସହ ପବନର ବେଗ କିଛି ସ୍ଥାନରେ ୪୦ରୁ ୫୦ କି.ମି ବେଗରେ ବହିବା ସମ୍ଭାବନା ରହିଛି।

Hot this week

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଗିଲ୍‌ : ନୀତୀଶଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ...

୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ପାହାଡ଼ିଆ...

ବାଂଲାଦେଶୀ ନାବାଳିକା ଉଦ୍ଧାର ମାମଲା: ୧୦ ଜଣଙ୍କ ନାଁରେ ଏନ୍‌ଆଇଏର ଚାର୍ଜସିଟ୍‌ ଦାଖଲ

ଭୁବନେଶ୍ବର: କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକା ଚାଲାଣ ମାମଲାରେ ୧୦ଜଣଙ୍କ ବିରୋଧରେ...

ରାଜ୍ୟରେ ଗଠନ ହେବ ଆଉ ୪ ତହସିଲ

ଭୁବନେଶ୍ବର: ସରକାରୀ ସେବାକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଆଉ ୪ଟି...

Related Articles

Popular Categories