www.samajalive.in
Saturday, December 6, 2025
15.1 C
Bhubaneswar

ଅଧିକ ବର୍ଷା ହେଲେ ଜଳ ନିଷ୍କାସନ ପାଇଁ ସମୟ ଲାଗିବ: ସୁବାସ ସିଂ

କଟକ: ଅତି ଭୟଙ୍କର ଭାବେ ମାଡି ଆସୁଛି ବାତ୍ୟା ଦାନା। ଯାହାର ପ୍ରଭାବରେ କଟକ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ଯାହା ଫଳରେ କଟକ ସମ୍ପୂର୍ଣ୍ଣ ରୂପେ ଜଳବନ୍ଦୀ ହେବାର କଥାକୁ ଏଡାଇ ଦିଆଯାଇନପାରେ। ତେଣୁ ବର୍ତ୍ତମାନ କଟକ ର ପ୍ରମୁଖ ବକ୍ସ ଡ୍ରେନ ରେ ଜଳ ନିଷ୍କାସନ ନେଇ ବକ୍ସ ଡ୍ରେନ ର ଶେଷ ପାର୍ଶ୍ଵରେ ସମୀକ୍ଷା କରାଯାଇଛି। ୯୦୦ ୱଟର ୧୧ଟି ହେବି ପମ୍ପସେଟ ମୁତୟନ ରହିଛି। ଯଦି ବାତ୍ୟା ସମୟରେ ଦେଢ଼ ସହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୁଏ,  ତେବେ ବର୍ଷା ଜଳ ନିଷ୍କାସନ ଶୀଘ୍ର ହୋଇପାରିବ । ଯଦି ଅଧିକ ବର୍ଷା ହୁଏ, ତେବେ ନିଷ୍କାସନ ପାଇଁ ସମୟ ଟିକେ ଲାଗିବ ବୋଲି କହିଛନ୍ତି ମେୟର ସୁବାସ ସିଂ। ଅନ୍ୟପଟେ ଅନ୍ୟ ସମସ୍ତ ତଳିଆ ଅଞ୍ଚଳରେ ମଟର ବ୍ୟବସ୍ଥା , ଗଛ କାଟିବା , ତୋରଣ ଖୋଲିବା ଓ ଜାରି ରହିଥିବା ଜାଇକା କାର୍ଯ୍ୟ କୁ ଅଟକାଇବା ପାଇଁ ନିର୍ଦେଶ ଦେଇଛନ୍ତି ଜିଲାପାଳ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories