ବାଲେଶ୍ୱରରେ ବାତ୍ୟା ‘ଦାନା’ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି
ବାଲେଶ୍ୱର: ବାଲେଶ୍ୱରରେ ବାତ୍ୟା ‘ଦାନା’ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି କରାଯାଇଛି। ଜିଲ୍ଲାରେ ଥିବା ୧୪୪ଟି ବାତ୍ୟା ଆଶ୍ରୟସ୍ଥଳୀ ସହ ଅତିରିକ୍ତ ୭୦୦ଟି ସୁରକ୍ଷିତ ସ୍ଥାନ ବ୍ୟବସ୍ଥା କରାଯାଇଛି। ସମୁଦାୟ ୧୨ଟି ବ୍ଲକର ୪ ଲକ୍ଷ ୫୦ ହଜାର ଲୋକ ସ୍ଥାନାନ୍ତର ହେବା ନେଇ ସୂଚନା ଦିଆଯାଇଛି। ସବୁଠୁ ବଡ଼ କଥା ହେଲା ଜିଲ୍ଲାରେ ଥିବା ୧୪୪ଟି ବାତ୍ୟା ଆଶ୍ରୟସ୍ଥଳୀରେ ଅନେକ ସମୟରେ ଅଵ୍ୟଵସ୍ଥା ନେଇ ଅଭିଯୋଗ ହୋଇ ଆସେ। ଏଥିପ୍ରତି ଧ୍ୟାନ ଦିଆଯାଇଥିବା ଜଣାପଡ଼ିଛି। ଓଡ୍ରାଫର ୬ଟି ଏବଂ ଏନ୍ଡିଆରଏଫ୍ର ତିନୋଟି ଟିମ ସମୁଦ୍ର କୁଳିଆ ଅଞ୍ଚଳରେ ମୁତୟନ ହୋଇଗଲେଣି। ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଛି।
ବାତ୍ୟା ‘ଦାନା’ ପ୍ରଭାବ; ଗୁରୁବାର ଠାରୁ ଏହି ଜିଲାରେ ପ୍ରବଳ ବର୍ଷିବ, ଜାଣନ୍ତୁ କେଉଁ ଜିଲାରେ ବହିବ କେତେ ପବନ..
ଦେଖନ୍ତୁ ଭିଡିଓ; ଶୋଇବା ଘର ଖଟ ତଳେ ଥିଲେ ୨ଟି ବିଷାକ୍ତ ସାପ, ଆଉ ତା’ପରେ..
Comments are closed.