www.samajalive.in
Sunday, December 7, 2025
14.1 C
Bhubaneswar

ଆଜି ଏହି ରାଶିର ଲୋକେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ: ବୁଧବାର ରାଶିଫଳ

ମେଷ: ସକଳ ଗୁଣର ଆଧାର ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇ ପାରନ୍ତି। ଆତ୍ମିକ ହେବେ। ମନ ପ୍ରସନ୍ନ ରହିବ। ଭାଷା ମଧୁର ହେବ। ବ୍ୟବହାର ପ୍ରେମପୂର୍ଣ୍ଣ ହେବ। ସର୍ବତ୍ର ବିଜୟୀ ହେବେ।
ବୃଷ: ପରମ ସୌଭାଗ୍ୟଶାଳୀ ହୋଇ ପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁର ଭାଷା, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟା ପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମିଥୁନ: ବୀରକର୍ମା ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ସୁସ୍ବାଦୁ ଭୋଜନ ମଳିବ। ବିଦ୍ବାନ୍‌ ଓ ଶାସ୍ତ୍ରଜ୍ଞ ହେବେ। ଆୟ ଆଶାନୁରୂପ ହେବ। କର୍ମଚଞ୍ଚଳ ହେବେ।

କର୍କଟ:କର୍ମ ଚଞ୍ଚଳ ରହିବେ। ଥଣ୍ଡା, କଫ ଜନିତ ସାମାନ୍ୟ କ୍ଲେଶ ଅନୁଭବ କରି ପାରନ୍ତି। ଏକାନ୍ତ ସାଧନା ଫଳବତୀ ହେବ। ମଧୁର କଥାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରିବେ। ସାହସୀ ଓ ଜ୍ଞାନୀ ହେବେ।
ସିଂହ: ଆୟୁଷ୍ମାନ ହେବେ। ଯଶସ୍ବୀ ହୋଇ ପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କର୍ମ ଚଞ୍ଚଳ ରହିବେ। ରାଜଦ୍ବାରେ ସମ୍ମାନିତ ହେବା ସହିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। କନ୍ୟା:କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଦ୍ର ଚିତ୍ତ ସମ୍ପନ୍ନ ହୋଇ ପାରନ୍ତି। ବ୍ୟବସାୟ ଲାଭ ଜନକ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହ-ସଦିଚ୍ଛାଭାବ ରହିବ।
ତୁଳା: ପ୍ରବଳ ଭାଗ୍ୟଶାଳୀ ହୋଇ ପାରନ୍ତି। ସାମୟିକ ଭାବେ ଭୋଗ-ବିଳାସ କରି ପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ପ୍ରବାସ ପ୍ରିୟ, ବିଦ୍ବାନ୍‌ ଓ ଶାସ୍ତ୍ରଜ୍ଞ ହେବେ। ଦାମ୍ପତ୍ୟ ସୁଖ ମିଳିବ। ଉଦ୍ୟୋଗୀ ହେବେ।
ବିଛା: ପ୍ରତିଶୋଧ ପରାୟଣ ମନୋଭାବର ହୋଇପାରନ୍ତି। ଆଶା, ଆଶଙ୍କାରେ ଥିବା ଆକସ୍ମିକ ବିପଦକୁ ଡରିଲେ ସେ ଡରାଇବ, ମାତ୍ର ତା’ର ମୁକାବିଲା କଲେ ସେ ମୁହଁଛପା ଦେବ। ଯାନ-ବାହନ ଚଳାଚଳରେ ସତର୍କ ହେବେ।
ଧନୁ: ଉତ୍ସର୍ଗୀକୃତ ମ​‌ନୋଭାବ ନେଇ ସେବାକୁ ଜୀବନର ବ୍ରତ ଭାବେ ଗହଣ କରି ପାରନ୍ତି। ଅହଂଭାବେ ଧୀରେ ଧୀରେ ଅସ୍ତାଚଳକୁ ଚାଲିଯିବ। ଉଚ୍ଚ ସମ୍ମାନର ଅଧିକାରୀ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ।
ମକର: ଆୟର ମୂଳଭାଗ ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରି ପାରନ୍ତି। ଭ୍ରାତୃ ବନ୍ଧନ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇ ପାରନ୍ତି। ଚାକିରି କ୍ଷେତ୍ରରେ ଜନସେବାକୁ ଗୁରୁତ୍ବ ଦେବେ। କୁମ୍ଭ:କର୍ମ ଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ​ଶ୍ରୋତ ବ୍ୟବସାୟାଦୀ କ୍ଷେତ୍ରରୁ ଦାନକ୍ଷେତ୍ରରୁ ସହାୟତା ରାଶିଭାବେ ପ୍ରବାହିତ ହେବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ।
ମୀନ : ନିଜର ସଖ୍ୟ ଅନୁସାରେ କୌଣସି ଦୁର୍ଗତକୁ ବୁଭୁକ୍ଷୁ ଅବସ୍ଥାରୁ ଉଦ୍ଧାର କରିପାରନ୍ତି। ଜଣେ ଦାୟିତ୍ବସମ୍ପନ୍ନ ହେବେ। କର୍ମ କ୍ଷେତ୍ରର ନିଷ୍ଠା ଆପଣଙ୍କୁ ମହାନ୍‌ କରି ଗଢ଼ିତୋଳିବ। ସୁସ୍ଥ ରହିବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories