www.samajalive.in
Sunday, December 7, 2025
26.1 C
Bhubaneswar

ସତ ହେଉଛି ଖଡୀରତ୍ନ ପଞ୍ଜିକା; ଅକ୍ଟୋବରରେ ବାତ୍ୟା ନେଇ ଉଲ୍ଲେଖ

ସମାଜ ଡିଜିଟାଲ ଡେସ୍କ: ସତ ହେଉଛି ଖଡୀରତ୍ନ ପଞ୍ଜିକା। ଅକ୍ଟୋବର ମାସରେ ବାତ୍ୟା ନେଇ ପଞ୍ଜିକାରେ ପୂର୍ବରୁ ଉଲ୍ଲେଖ ରହିଛି। ଅକ୍ଟୋବର ୧୭ରୁ ୨୩ ଓ ୨୬ରୁ ୩୦ ତାରିଖ ମଧ୍ୟରେ ବାତ୍ୟା ନେଇ ପଞ୍ଜିକାରେ ଗଣନା ହୋଇଥିଲା। ଅସଲି ଖଡୀରତ୍ନ ପଞ୍ଜିକାର ବର୍ଷକ ମଧ୍ୟରେ ରାଜ୍ୟର ଫଳ କଣ ହେବ ଏବଂ ରାଷ୍ଟ୍ରର ଫଳ କଣ ହେବ ବୋଲି ଉଲ୍ଲେଖ କରାଯାଇଥାଏ। ତେବେ ଖଡୀରତ୍ନ ପଞ୍ଜିକାର ୧୯୬ ନଂ ପୃଷ୍ଠାରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ରାଜ୍ୟର ଉପକୂଳ ଜିଲା ତଥା ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, ଯାଜପୁର, ନୟାଗଡ଼, କାକଟପୁର, ନିଆଳି ପ୍ରଭୁତି ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ପୁନଶ୍ଚ ସାମୁଦ୍ରିକ ଝଡ ମହାବାତ୍ୟା ଭଳି ସାଂଘାତିକ ପରିସ୍ଥିତି ସୃଷ୍ଟି କରିବ। ଅକ୍ଟୋବର ୧୭ରୁ ୨୩ ଓ ୨୬ରୁ ୩୦ ତାରିଖ ମଧ୍ୟରେ ବାତ୍ୟା ହେବା ସହ ଆଗାମୀ ନଭେମ୍ବର ମାସରେ ପୁଣି ଏକ ବାତ୍ୟା ହେବ ବୋଲି ଗଣନା କରାଯାଇଛି। ନଭେମ୍ବର ୫ରୁ ୯ତାରିଖ ଏବଂ ୧୧ରୁ ୧୫ତାରିଖ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ, ସାମୁଦ୍ରିକ ଝଡ, ଲଘୁଚାପ, ଜୁଆର ଓ ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନଜୀବନ ପ୍ରଭାବିତ ହେବ ବୋଲି ପଞ୍ଜିକାରେ ଆକଳନ କରାଯାଇଛି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories