ଆସୁଛି ନାନା ପାଟେକରଙ୍କ ‘ବନବାସ’, ଭିନ୍ନ ଅବତାରରେ ଉତ୍କର୍ଷ: ଖୁବଶୀଘ୍ର ପରଦାରେ..

ସମାଜ ଡିଜିଟାଲ ଡେସ୍କ: ‘ଗଦର: ଏକ ପ୍ରେମ କଥା’, ‘ଆପନେ’ ଓ ‘ଗଦର ୨’ ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିବା ନିର୍ଦେଶକ ଅନିଲ ଶର୍ମା ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ବନବାସ’ର ଘୋଷଣା କରି ଦେଇଛନ୍ତି। ବଲିଉଡ଼ର ବରିଷ୍ଠ ଅଭିନେତା ନାନା ପାଟେକର ଓ ଉତ୍କର୍ଷ ଶର୍ମାଙ୍କ ଫିଲ୍ମ ‘ବନବାସ’ର ପୋଷ୍ଟର ରିଲିଜ୍‌ ହୋଇଯାଇଛି। ପୋଷ୍ଟର ସହ ନିର୍ମାତା ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଡିସେମ୍ବର ୨୦ରେ ପରଦାକୁ ଆସିବ ଏହି ଚଳଚ୍ଚିତ୍ର।


ଫିଲ୍ମରେ ନାନା ପାଟେକରଙ୍କୁ ଏକ ଭିନ୍ନ ଶୈଳୀରେ ଦେଖିବାକୁ ମିଳିବ। ନାନା ପାଟେକରଙ୍କ ଏହି ଚଳଚ୍ଚିତ୍ରର ନାମ ‘ବନବାସ’ କିନ୍ତୁ ପୋଷ୍ଟରରେ ସେ ବେଶ୍‌ ମଜାଦାର ମିଜାଜରେ ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରରେ ଅନିଲ ଶର୍ମା ପୁଣିଥରେ ତାଙ୍କ ପୁଅକୁ ବଲିଉଡରେ ନିଜର ଦକ୍ଷତା ପ୍ରମାଣ କରିବାର ସୁଯୋଗ ଦେଇଛନ୍ତି।

ପୋଷ୍ଟରରେ ଉତ୍କର୍ଷ ଶର୍ମାଙ୍କ ହାତରେ ମଦ ବୋତଲ ଅଛି। ନାନା ପାଟେକର ଗୋଟିଏ ହାତରେ ସ୍ଲିଙ୍ଗ୍‌ ବ୍ୟାଗ ଓ ଅନ୍ୟ ହାତରେ ଏକ ପାତ୍ର ଧରିଛନ୍ତି। ଏଥିସହ ଟାଇଟଲରେ ଲେଖାହୋଇଛି, ‘ଆପନେ ହି ଦେତେ ହେଁ, ଆପନେ କୋ ବନବାସ’। ଏହି ଚଳଚ୍ଚିତ୍ରରେ ‘ଗଦର ୨’ର ମୁସ୍କାନ ମଧ୍ୟ ନଜର ଆସିବେ। ମୁସ୍କାନ ଅର୍ଥାତ୍ ଅଭିନେତ୍ରୀ ସିମରତ କୌର କମେଣ୍ଟରେ ଲେଖିଛନ୍ତି, ‘‘ଆପଣଙ୍କ ପ୍ରିୟ ମୁସ୍କାନ ଆସୁଛି, ଏଥର ଭିନ୍ନ ଅନ୍ଦାଜରେ। ଦେଖାହେବ ଡିସେମ୍ବର ୨୦ରେ’’।

Comments are closed.