ଦୀପାବଳିରେ ରାଶି ଅନୁଯାୟୀ କରନ୍ତୁ ଏସବୁ ଦାନ: ମିଳିବ ମା’ଲକ୍ଷ୍ମୀଙ୍କ କୃପା, ଦୂର ହେବ ସମସ୍ୟା..
ପ୍ରତ୍ୟେକ ବର୍ଷ କାର୍ତ୍ତିକ କୃଷ୍ଣ ପକ୍ଷର ଅମାବାସ୍ୟା ତିଥିରେ ଦୀପାବଳି ପର୍ବ ହର୍ଷ ଉଲ୍ଲାସରେ ପାଳନ କରାଯାଏ । ଚଳିତ ବର୍ଷ ୩୧ ଅକ୍ଟୋବର ୨୦୨୪, ଗୁରୁବାର ଦିନ ଦୀପାବଳି ପର୍ବ ପାଳନ କରାଯିବ । ଏହି ଦିନରେ ମା’ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ । ଧାର୍ମିକ ମାନ୍ୟତା ଅନୁସାରେ ଦୀପାବଳି ଦିନ ପୂଜା-ପାଠ ଓ ଦାନ ଧର୍ମ କରିବା ଦ୍ୱାରା ବିଶେଷ ଲାଭ ମିଳିଥାଏ । ଜାଣନ୍ତୁ ରାଶି ଅନୁଯାୟୀ, ଏହି ଦିନ କି କି ଜିନିଷ ଦାନ କରିବେ..
୧୫ ନଭେମ୍ବରରେ ଶନିଙ୍କ ସିଧା ଚଳନ ଏହି ରାଶିଙ୍କୁ କରିବ ଭାଗ୍ୟଶାଳୀ: ମିଳିବ ଧନ, ଦୂର ହେବ ଶନି ଦଶା, ସବୁ ସମସ୍ୟା..
ମେଷ – ଏହି ରାଶି ବ୍ୟକ୍ତି ବିଶେଷ ଅସହାୟଙ୍କୁ ପୋଷାକ ଦାନ କରନ୍ତୁ ।
ବୃଷ – ଶିଶୁ ମାନଙ୍କୁ ମିଠା ଦାନ କରନ୍ତୁ ।
ମିଥୁନ – ଜୀବନରେ ସୁଖ-ସମୃଦ୍ଧି ପାଇଁ ପକ୍ଷୀମାନଙ୍କୁ ଖାଇବାକୁ ଦିଅନ୍ତୁ ।
କର୍କଟ- ମା’ଲକ୍ଷ୍ମୀଙ୍କୁ ପୂଜା ପରେ ବିରି ଦାନ କରନ୍ତୁ ।
ସିଂହ – ସାତ ପ୍ରକାର ଶସ୍ୟ ଜିନିଷ ଦାନ କରନ୍ତୁ । ଏହାଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ।
କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷ ଶନି ମନ୍ଦିରରେ ତେଲ ଦାନ କରନ୍ତୁ ।
ତୁଳା – ଏହି ରାଶିଙ୍କୁ ପୂଜା ପରେ ମିଠା ଦାନ କରିବା ଉଚିତ୍ । ଅସହାୟଙ୍କୁ ଅନ୍ନ, ଧନ ଆଦି ଦାନ କରନ୍ତୁ ।
ବିଛା – ଅସହାୟଙ୍କୁ କମ୍ବଳ ଦାନ କରନ୍ତୁ ।
ଧନୁ – ଗୁଡ ଓ ରୁଟି ଗାଈଙ୍କୁ ଖାଇବାକୁ ଦିଅନ୍ତୁ ।
ମକର – ମସୁର ଡାଲି ଦାନ କରନ୍ତୁ । ଏହାଦ୍ୱାରା ପରିବାରରେ ହସଖୁସିର ବାତାବରଣ ରହିଥାଏ ।
କୁମ୍ଭ- ଶିଶୁଙ୍କୁ ବସ୍ତ୍ର ଓ ମିଠା ଦାନ କରନ୍ତୁ ।
ମୀନ- ଦୀପାବଳି ପୂଜା ଦିନ ଅସହାୟଙ୍କୁ ଅନ୍ନ, ଧନ କିମ୍ବା ପୋଷାକ ଦାନ କରନ୍ତୁ ।
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ; ୨୩ ତାରିଖରୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା..
ଆସିଗଲା ସାମ୍ସଙ୍ଗ୍ର ଏ୧୬, ୬ବର୍ଷ ପର୍ଯ୍ୟନ୍ତ ଲଗାତର ଚାଲିବ ଏହି ଫୋନ୍, ଦାମ୍ ମାତ୍ର ଏତିକି.
ଦେଖନ୍ତୁ ଭିଡିଓ; ରେଳଧାରଣାକୁ ହଠାତ୍ ଆସିଗଲେ ୬୦ ହାତୀ, ଏମିତି ଜୀବନ ରକ୍ଷା କଲେ ଲୋକୋ ପାଇଲଟ୍..
Comments are closed.