ଭୋଜି ଖାଇ ଫେରୁଥିବା ସମୟରେ ରାସ୍ତା ମଝିରେ ଓଲଟି ପଡିଲା ଯାତ୍ରୀବାହି ଅଟୋ: ଡ୍ରାଇଭର ଗୁରୁତର, ୬ ଯାତ୍ରୀ ଆହତ 

ଫୁଲବାଣୀ:ଭୋଜି ଖାଇ ଘରକୁ ଫେରୁଥିବା ସମୟରେ ରାସ୍ତାରେ ଓଲଟି ପଡିଲା ଅଟୋ। ଫଳରେ ଅଟୋ ଚାଲାକ ଗୁରୁତର ଆହତ ହୋଇଥିବା ବେଳେ ଓଟୋରେ ବସିଥିବା ୬ ଯାତ୍ରୀ ଆହତ ହୋଇଛନ୍ତି। ଏଭଳି ଏକ ଦୁର୍ଘଟଣା ଘଟିଛି କନ୍ଧମାଳ ଜିଲା ଗୋଛାପଡା ଥାନା ଗୋଛାପଡା ଠାରୁ ବାଲାନ୍ଦାପଡ଼ାକୁ ସଂଯୋଗ କରୁଥିବା ବୃଡିଗୁଡା ନିକଟରେ। ସୂଚନା ଅନୁସାରେ ଶୁକ୍ରବାର ଫୁଲବାଣୀ ସଦର ଥାନା ଅଧୀନରେ ଥିବା ଜାମୁଝରି ଅଂଚଳର କିଛି ଲୋକ ଗୋଛାପଡା ଥାନା ପକାରୀ ପଞ୍ଚାୟତର ତାଜୀମେରିକା ଗାଁକୁ ଏକ ଭୋଜି କାର୍ଯ୍ୟରେ ଯୋଗଦେଇ ନିଜ ଗାଁକୁ ଫେରୁଥିଲେ।
ସେମାନେ ଫେରୁଥିବା ସମୟରେ ବୃଡିଗୁଡା ଗାଁ ନିକଟରେ ଓଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଓଟୋରେ ବସିଥିବା ୭ ଜଣ ଲୋକଙ୍କୁ ଉଦ୍ଧାର ପରେ ପ୍ରଥମେ ଗୋଛାପଡ଼ା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ଅଟୋ ଡ୍ରାଇଭର ମନୋଜ କହଁରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳାୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Comments are closed.