ଆଇସିସି ମହିଳା ଟି୨୦ ବିଶ୍ୱକପ୍‌‌ – ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ୍‌‌

ଡେସ୍କ: ଆଇସିସି ମହିଳା ଟି୨୦ ବିଶ୍ୱକପ୍‌‌ରେ ଶୁକ୍ରବାର ସନ୍ଧ୍ୟାରେ ଦ୍ଵିତୀୟ ସେମିଫାଇନାଲ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ ମିନିଟ୍‌‌ରେ ଦ୍ୱିତୀୟ ସେମିଫାଇନାଲ୍‌‌ରେ ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍‌‌ ମଧ୍ୟରେ ମୁକାବିଲା ହେବ। ଆଜି ମ୍ୟାଚରେ ଯେଉଁ ଦଳ ବିଜୟ ହାସଲ କରିବେ, ସେହିଦଳ ଆସନ୍ତା ରବିବାର ଦିନ ଦୁବାଇରେ ଦକ୍ଷିଣ ଆଫ୍ରିକା ସହ ଫାଇନାଲ୍‌‌ ମ୍ୟାଚ୍‌‌ ଖେଳିବ।

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା: ନିଲମ୍ବିତ ପୁଲିସ ଅଧିକାରୀଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା

ଗତକାଲି ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍‌‌ ଷ୍ଟାଡିୟମ୍‌‌ରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ୍‌‌ରେ ଦକ୍ଷିଣ ଆଫ୍ରିକା’ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌‌ ବିନିମୟରେ ୧୩୪ ରନ୍‌‌ ସ୍କୋର କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୨ ଓଭର ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା।

Comments are closed.