www.samajalive.in
Friday, December 5, 2025
20.1 C
Bhubaneswar

ଇସ୍ରାଏଲ ଆକ୍ରମଣରେ ହମାସ ମୁଖ୍ୟ ୟାହ୍ୟା ସିନୱାର ନିହତ, ସାମ୍ନାକୁ ଆସିଲା ଶେଷ ମୁହୂର୍ତ୍ତର ଭିଡିଓ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ଆକ୍ରମଣରେ ଟଳିଲା ହମାସ ମୁଖ୍ୟ ୟାହ୍ୟା ସିନୱାର। ଗାଜା ଷ୍ଟ୍ରିପରେ କରାଯାଇଥିବା ଏୟାର ଷ୍ଟ୍ରାଇକ୍‌ରେ ୟାହ୍ୟା ସିନୱାର ନିହତ ହୋଇଥିବା ଦାବି କରିଛି ଇସ୍ରାଏଲ ସେନା। ଇସ୍ରାଏଲ୍ ସେନା ୟାହ୍ୟା ସିନୱାରଙ୍କ ଶେଷ ମୁହୂର୍ତ୍ତର ଭିଡିଓ ସାମାଜିକ ଗଣମାଧ୍ୟମରେ ଶେୟାର କରିଛି। ଏଥିରେ ଦେଖିବାକୁ ମିିଳିଛି ଯେ, ଆକ୍ରମଣ ହୋଇଥିବା ଏକ କ୍ଷତିଗ୍ରସ୍ତ କୋଠାରେ ସିନୱାର ସୋଫାରେ ବସିଥିବାର ନଜର ଆସିଛି। ନିଜ ପରିଚୟ ଲୁଚାଇବା ପାଇଁ ସେ ମୁହଁରେ କପଡ଼ା ବାନ୍ଧିଛି। ସେ ଆହତ ଅବସ୍ଥାରେ ଥିବା ଭିଡିଓରୁ ଜଣାପଡ଼ୁଛି ଏବଂ ଡ୍ରୋନ୍ ଦେଖିବା ମାତ୍ରେ ସିନୱାର ତା’ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରୁଛି, କିନ୍ତୁ ଶେଷରେ ୟାହ୍ୟା ସିନୱାର ନିହତ ହୋଇଥିବା ଜଣାପଡ଼ିଛି। ଇସ୍ରାଏଲ୍ ସେନା ଡିଏନ୍ଏ ପରୀକ୍ଷା ମାଧ୍ୟମରେ ୟାହ୍ୟା ସିନୱାର ମୃତ୍ୟୁକୁ ସ୍ପଷ୍ଟ କରିଛି। ତେବେ ମୃତଦେହର ମୁହଁ, ଦାନ୍ତ ଏବଂ ଘଡ଼ିରୁ ଏହା କୁହାଯାଉଛି ଯେ, ନିହତ ହୋଇଥିବା ବ୍ୟକ୍ତି ହେଉଛି ୟାହ୍ୟା ସିନୱାର।


ୟାହ୍ୟା ସିନୱାରକୁ ମାରିବା ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ୟାହ୍ୟା ସିନୱାର ନିହତ ହୋଇଛି, କିନ୍ତୁ ଯୁଦ୍ଧ ଜାରି ରହିଛି। ସୂଚନାଯୋଗ୍ୟ, ସିନୱାର ପୂର୍ବରୁ ଜୁଲାଇରେ ଇସ୍ରାଏଲ ଆକ୍ରମଣରେ ହାମାସର ରାଜନୈତିକ ମୁଖ୍ୟ ଇସ୍ମାଇଲ ହାନିୟେହ ମଧ୍ୟ ନିହତ ହୋଇଥିଲା।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories