ଦୀର୍ଘ ୫୦ ବର୍ଷ ପରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ; ଏହି ୩ ରାଶି ହେବେ ଭାଗ୍ୟଶାଳୀ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିରେ ପ୍ରବେଶ କରି ଥାଆନ୍ତି । ଏହି ସମୟରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ ହୋଇଥାଏ । ଏହାର ପ୍ରଭାବ ସମସ୍ତ ୧୨ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଅକ୍ଟୋବର ୧୭ରେ ସୂର୍ଯ୍ୟ ଦେବତା ତୁଳା ରାଶିରେ ପ୍ରବେଶ କରି ସାରିଛନ୍ତି । ସେହିପରି ୨୦ ଅକ୍ଟୋବରରେ ଗ୍ରହଙ୍କ ସେନାପତି ମଙ୍ଗଳ ମଧ୍ୟ କର୍କଟ ରାଶିରେ ପ୍ରବେଶ କରିବେ । ଦୀର୍ଘ ୫୦ ବର୍ଷ ପରେ ଏହି ୨ ମିତ୍ର ଗ୍ରହ ଏକାଠି ନିଜର ନୀଚ୍ଚ ଗ୍ରହରେ ପ୍ରବେଶ କରୁଛନ୍ତି । ଏହାର ପ୍ରଭାବରେ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ।

ଜ୍ୟୋତିଷ ଗଣନା ଅନୁସାରେ ପ୍ରାୟ ୫୦ ବର୍ଷ ପରେ ଏଭଳି ଅଦ୍ଭୁତ ସଂଯୋଗ ହେବାକୁ ଯାଉଛି । ଜାଣନ୍ତୁ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ..
ମେଷ – ଏହି ରାଶିଙ୍କ ପାଇଁ ମଧ୍ୟ ସମୟ ଶୁଭଙ୍କର । ସୁଖସମୃଦ୍ଧି ବୃଦ୍ଧି ହେବ । ଭୂମି ଓ ଯାନ କିଣିବାର ଯୋଗ ରହିଛି । ବିଦେଶ ଯାତ୍ରା କରି ପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ଜାଣନ୍ତୁ.. ଆରମ୍ଭ ହେଲା କାର୍ତ୍ତିକ ମାସ; ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ..

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅନୁକୂଳ ରହିଛି । ଶତ୍ରୁ ପରାଜୟ ହେବେ । ବ୍ୟବସାୟରେ ବୃଦ୍ଧି ସହ ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ଅଟକି ଥିବା କାମରେ ସଫଳତା ମିଳିବ।

ମିଥୁନ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ସହ ହଠାତ୍‌ ଧନ ଲାଭ ହେବ । କର୍ମକ୍ଷେତ୍ରରେ ଥିବା ସମସ୍ୟା ଦୂର ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ।

 

Comments are closed.