www.samajalive.in
Monday, December 15, 2025
16.1 C
Bhubaneswar

ଓଏସଏସଏସସି ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗ, ସମସ୍ୟା ସମାଧାନ ନେଇ ଖୁବ ଶୀଘ୍ର ନିଷ୍ପତ୍ତି ନେବେ ରାଜ୍ୟ ସରକାର

ଭୁବନେଶ୍ବର: ଓଡ଼ିଶାଅଧସ୍ତନ କର୍ମଚାରୀ ଚୟନ  ଆୟୋଗ (ଓଏସଏସଏସସି) ଦ୍ବାରା ପରିଚାଳିତ ପରୀକ୍ଷା ସମ୍ପର୍କରେ ବିବାଦ ଲାଗି ରହିଥିବାବେଳେ ରାଜ୍ୟ ସରକାର ନେଇ ନିଷ୍ପତ୍ତି ନେବେ ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଜାରି କରିଛନ୍ତି। ଆରଆଇ, ଏଆରଆଇ, ଅମିନ ଏବଂ ଆଇସିଡିଏସ ସୁପରଭାଇଜର ଆଦି ପରୀକ୍ଷାର୍ଥୀଙ୍କଠାରୁ ଓଏସଏସଏସସି ଦ୍ବାରା କମ୍ପ୍ୟୁଟର ଆଧାରିତ ପରୀକ୍ଷାରେ ତ୍ରୁଟି ନେଇ ଅଭିଯୋଗ ଆସିଛି । ଆସିଥିବା ଅଭିଯୋଗକୁ ସରକାର ଉଚ୍ଚ ଅଧିକାରୀଙ୍କ ଦ୍ବାରା ତର୍ଜମା କରୁଛନ୍ତି। ଏହାକୁ ରାଜ୍ୟ ସରକାର ଗୁରୁତର ସହ ବିଚାରକୁ ନେଇଛନ୍ତି। ପରୀକ୍ଷାର୍ଥୀଙ୍କ ପାଇଁ ନିରପେକ୍ଷ ଏବଂ ସ୍ବଚ୍ଛ ନିଯୁକ୍ତି ନେଇ ସରକାର ପ୍ରତିଶ୍ରୁତିବଦ୍ଧ ଥିବାବେଳେ ଏନେଇ ସରକାରଙ୍କ ଦ୍ବାରା ଅତି ଶୀଘ୍ର ସମୁଚିତ ନିଷ୍ପତ୍ତି ନିଆଯିବ।

ଏଠାରେ ସୂଚନା ଯୋଗ୍ୟ ଯେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପରୀକ୍ଷାରେ ତ୍ରୁଟି ଦର୍ଶାଇ ଏହାର ବାତିଲ ନେଇ ବହୁ ପରୀକ୍ଷାର୍ଥୀ ଦାବି କରି ଆସୁଛନ୍ତି । ସେମାନଙ୍କ ଦାବିକୁ ବିଚାରକୁ ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି ଏବଂ ଏହାର ଖୁବ ଶୀଘ୍ର ସମାଧାନ କରାଯିବ ବୋଲି ସୂଚନା ଦିଆଯାଇଛି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories