www.samajalive.in
Tuesday, December 9, 2025
26.1 C
Bhubaneswar

ନ୍ୟାୟ ପ୍ରତିମୂର୍ତ୍ତି ଆଖିରୁ ହଟିଲା କଳା ପଟି

ନୂଆଦିଲ୍ଲୀ : ଦୀର୍ଘ ବର୍ଷର ବ୍ୟବଧାନ ପରେ ଭାରତରେ ନ୍ୟାୟର ଦେବୀ ଭାବେ ବିବେଚିତ ପ୍ରତିମୂର୍ତ୍ତିକୁ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ପ୍ରଚଳିତ ପ୍ରତିମୂର୍ତ୍ତିର ଆଖିରେ କଳା ରଙ୍ଗର ପଟି ବନ୍ଧା ଯାଇଥିବାବେଳେ ନୂଆରେ ଆଖି ଖୋଲା ରହିଛି। ଆଇନ ଦୃଷ୍ଟିହୀନ ନୁହଁ ଉକ୍ତିକୁ ପ୍ରତିପାଦିତ କରିବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ଧନୀ ଗରିବ, ଶିକ୍ଷିତ ଅଶିକ୍ଷିତ, ଶକ୍ତିଶାଳୀ ଦୁର୍ବଳ ଭେଦଭାବ ଦୂର କରିବାକୁ ନ୍ୟାୟ ପ୍ରତିମୂର୍ତ୍ତି ଆଖିକୁ କଳା ପଟିରେ ବନ୍ଧା ଯାଉଥିଲା। ପ୍ରତିମୂର୍ତ୍ତିଙ୍କ ବାମହାତରେ ଥିବା ଖଣ୍ଡାକୁ ମଧ୍ୟ ହଟାଇ ଦିଆଯାଇଛି। ଏହା ବଦଳରେ ସମ୍ବିଧାନ ପୁସ୍ତିକାକୁ ସ୍ଥାନିତ କରାଯାଇଛି। ଏହା ଦ୍ବାରା ଉପନିବେଶବାଦ ସମୟର ପ୍ରଥାକୁ ଉଚ୍ଛେଦ କରାଯାଇଛି ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ କହିଛନ୍ତି। ତେବେ ନ୍ୟାୟ ପ୍ରତିମୂର୍ତ୍ତିର ଡାହାଣ ହାତରେ ଧର୍ମ ନିକିତି ପୂର୍ବଭଳି ସ୍ଥାନ ପାଇଥିବା ଲକ୍ଷ୍ୟ କରାଯାଇଛି।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories