ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ଶ୍ରୀଜୀଉଙ୍କ ବନକ ଲାଗି ନୀତି, ସନ୍ଧ୍ୟା ୫ରୁ ରାତି ୯ ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ..

ଗଜଲକ୍ଷ୍ମୀ ପୂଜା ପାଇଁ ଗାଁଠୁ ସହର ଚଳଚଞ୍ଚଳ, ମାଙ୍କ ଆବାହନ ପାଇଁ ସଜେଇ ହୋଇଛି ପୂଜା ପେଣ୍ଡାଲ, ଢେଙ୍କାନାଳ ଓ କେନ୍ଦ୍ରାପଡାରେ ଅତି ଆଡମ୍ବର ଆୟୋଜନ, ସୁନା ଓ ଚାନ୍ଦି ମେଢ ମୁଖ୍ୟ ଆର୍କଷଣ, ୧୧ ଦିନ ଧରି ଚାଲିବ ପୂଜା..

ଶରତ ପୂର୍ଣ୍ଣିମାରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ଧନ ଠାରୁ ବିବାହ ସବୁଥିରେ ମିଳିବ ସଫଳତା..

ମହାପ୍ରଭୁଙ୍କ ଘିଅର ମାନକୁ ନେଇ ବଢିଲା ତତ୍ପରତା : ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତ ଓ ଦୀପରେ ଲାଗିବ କେବଳ ଓମଫେଡ୍ ଘିଅ, ଓମଫେଡକୁ ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ, ଆବଶ୍ୟକତା ଦୃଷ୍ଟିରୁ ସ୍ଵତନ୍ତ୍ର ଡିପୋ ବ୍ୟବସ୍ଥା ସହ ଦାମ୍ କମାଇବାକୁ ଅନୁରୋଧ, ଅନ୍ୟ ଘିଅ ନେଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ..

ଜିଓ ଆଣିଲା ନୂଆ ରିଚାର୍ଜ; କମ୍‌ ଦାମ୍‌ରେ ମିଳିବ ସୁପରଫାଷ୍ଟ ଇଣ୍ଟରନେଟ୍‌ ସହ ଏସବୁ ସୁବିଧା..

୭୮ ବର୍ଷ ବୟସରେ ପଦାର୍ପଣ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ବିଭିନ୍ନ ମହଲରୁ ଶୁଭେଚ୍ଛା..

ଆଜି ଠାରୁ ହରିଆଣା ଓ ମୁମ୍ବଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ : ୧୬ ତାରିଖ ଅପରାହ୍ଣରେ ହରିଆଣା ଅଭିମୁଖେ ଗସ୍ତ କରିବେ, ୧୭ରେ ଚଣ୍ଡିଗଡ଼ଠାରେ ନବ ଗଠିତ ହରିଆଣା ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା କାର୍ଯ୍ୟକ୍ରମ..

ଆନନ୍ଦପୁର : ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ରାମଚନ୍ଦ୍ରପୁର ଥାନା ପଣ୍ଡୁଆ ଗାଁରେ ୬ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ, ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଅଭିଯୋଗ, ଅଭିଯୁକ୍ତ ଅଟକ..

ଆଜିଠୁ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍, ବେଙ୍ଗାଲୁରୁ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳାଯିବ ପ୍ରଥମ ମ୍ୟାଚ୍ , ଦୁଇ ଦେଶ ମଧ୍ୟରେ ଖେଳାଯିବ ୩ଟି ଟେଷ୍ଟ ମ୍ୟାଚ୍..

ଦେଖନ୍ତୁ ଭିଡିଓ; ନିଶାସକ୍ତ ଅବସ୍ଥାରେ ଅଜଗର ସାପ ସହ ଗାଡି ଚାଳକ କଲେ ଏମିତି..

ବରଗଡ ଜିଲ୍ଲା ବାରପାହାଡ ଜଙ୍ଗଲରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର , ମୃତ୍ୟୁର କାରଣ ଅସ୍ପଷ୍ଟ, ତଦନ୍ତ କରୁଛି ବନ ବିଭାଗ..

ରାଜଧାନୀରେ ବଡ ଧରଣର ସାଇବର ଠକେଇ ପାଇଁ ପ୍ଲାନ୍‌‌
ଚଢାଉ କଲା କମିଶନରେଟ ପୁଲିସର ସାଇବର ଟିମ୍‌‌
ଆପାର୍ଟମେଣ୍ଟରୁ ଠାବ ହେଲା ଅନେକ ଡିଜିଟାଲ ଡିଭାଇସ୍‌‌..

Comments are closed.