www.samajalive.in
Monday, December 8, 2025
16.1 C
Bhubaneswar

ବଢିଲା ସୁରକ୍ଷା ବ୍ୟବସ୍ଥା; ସଲମାନ୍‌ ଖାନ୍‌ଙ୍କୁ ୱାଇ ପ୍ଲସ୍‌ ସିକ୍ୟୁରିଟି

ମୁମ୍ବଇ : ବଢିଲା ଭାଇଜାନ୍‌ଙ୍କ ସୁରକ୍ଷା ବ୍ୟବସ୍ଥା । ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କୁ ୱାଇ ପ୍ଲସ୍‌ ସିକ୍ୟୁରିଟି ମିଳିଛି । ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ବଢିଲା ସଲମାନ୍‌ ଖାନ୍‌ଙ୍କ ସୁରକ୍ଷା ବ୍ୟବସ୍ଥା । ୱାଇ ପ୍ଲସ୍‌ ସିକ୍ୟୁରିଟି ସହ ସଲମାନ୍‌ଙ୍କ ପାଇଁ ପୁଲିସ ଏସକର୍ଟ କାର୍‌ର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହାସହ ଅନିର୍ଦ୍ଦିଷ୍ଟକାଳ ଯାଏଁ ସବୁ ଫିଲ୍ମ ସୁଟିଂ, ମିଟିଂ ଓ ଟେଲିଭିଜନ୍ ଶୋ’ ବାତିଲ କରିଛନ୍ତି  ସଲମାନ୍।
ସୂଚନା ଯୋଗ୍ୟ, ଲରେନ୍ସ ବିଷ୍ଣୋଇ ଏନଆଇଏ ସାମ୍ନାରେ ବଡ ଖୁଲାସା କରିଛି। ବିଷ୍ଣୋଇର ଟାର୍ଗେଟରେ ସବୁଠୁ ହିଟ୍‌‌ ଲିଷ୍ଟରେ ରହିଛନ୍ତି ବଲିଉଡ ଭାଇଜାନ ସଲମାନ୍‌‌ ଖାନ୍‌‌। ସଲମାନଙ୍କୁ ହତ୍ୟା କରିବା ପାଇଁ ପ୍ଲାନ ପ୍ରସ୍ତୁତ କରିଛି ଲରେନ୍ସ। ଯେକୌଣସି ପରିସ୍ଥିତିରେ ବି ସେ ସଲମାନ ଖାନକୁ ହତ୍ୟା କରିବ ବୋଲି କହିଛି। ସଲମାନଙ୍କ ସହ ମୋଟ ୯ଜଣଙ୍କୁ ହିଟ୍‌‌ ଲିଷ୍ଟରେ ରଖିଛି ଲରେନ୍ସ।

ଏକ ମାସ ନିୟମିତ ଖାଲି ପେଟରେ କିଶ୍‌ମିଶ୍‌ ପାଣି ପିଇଲେ ମିଳିବ ଏହି ଚମତ୍କାରୀ ଲାଭ..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories