www.samajalive.in
Tuesday, December 9, 2025
26.1 C
Bhubaneswar

ଆଠଗଡ଼ରେ ଦଶହରା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ

ଆଠଗଡ଼: ପ୍ରବଳ ଜନସମାଗମ ସତ୍ତ୍ୱେ ଆଠଗଡ଼ରେ ବିଜୟା ଦଶମୀ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ପାଗ ଅନୁକୂଳ ଥିବାରୁ ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଠଗଡ଼ ଓ କନ୍ତୋଲ ଅଞ୍ଚଳରେ ପ୍ରାୟ ୫୦ ହଜାର ଲୋକଙ୍କ ସମାଗମ ହୋଇଥିବାବେଳେ ଭିଡ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପୁରା ସହର ରଙ୍ଗୀନ ଆଲୋକମାଳା ଓ ଆଲୋକ ତୋରଣରେ ଝଲସୁଥିଲା। ଆଠଗଡ଼ ସହରର ସମସ୍ତ ପ୍ରମୁଖ ବଜାର ଗୁଡିକରେ ଦଶହରା ପୂର୍ବ ସନ୍ଧ୍ୟାରୁ ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେହିପରି ସ୍ଥାୟୀ ଦୋକାନ ସାଙ୍ଗକୁ ଭଳିକି ଭଳି ଅସ୍ଥାୟୀ ଦୋକାନରେ ଘରକରଣା ସାମଗ୍ରୀ ଓ ଖାଦ୍ୟ ପଦାର୍ଥ ବିକ୍ରିବଟା ବହୁ ଉତ୍ସାହଜନକ ହୋଇଥିବାରୁ ବ୍ୟବସାୟୀ ମାନେ ବେଶ ଖୁସି ହୋଇଛନ୍ତି।

ଆଠଗଡ଼ର ଦୁର୍ଗାବଜାର, ଜଗନ୍ନାଥ ବଜାର, ରଘୁନାଥ ବଜାର, ସ୍ବପ୍ନେଶ୍ବର ବଜାର, ଲକ୍ଷ୍ମୀ ବଜାର, ଚାନ୍ଦବାଲି ଛକ ବଜାର ଓ ବୀରକିଶୋରପୁର ବଜାରରେ ପୂଜା ମଣ୍ଡପରେ ମେଢ ଦେଖିବାକୁ ବହୁ ଜନ ସମାଗମ ହୋଇଥିଲା। ପ୍ରସ୍ତୁତି ବୈଠକର ସମସ୍ତ ନିଷ୍ପତ୍ତି ପ୍ରାୟତଃ କାର୍ଯ୍ୟକାରୀ ହୋଇଥିବାରୁ ଆଠଗଡ଼ ଦଶହରା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିଲା। ସୋମବାର କେବଳ ରାସରସିକପୁର ସାହିର ଦୁର୍ଗା ମେଢ ବିସର୍ଜନ ହୋଇଥିବାବେଳେ ଆସନ୍ତା ୧୬ ତାରିଖ ବୁଧବାର ଦିନ ଆଠଗଡ଼ର ସମସ୍ତ ପ୍ରମୁଖ ବଜାରର ଭସାଣି ଉତ୍ସବ ସାମୁହିକ ଭାବେ ହେବ।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories