www.samajalive.in
Sunday, December 14, 2025
18.1 C
Bhubaneswar

ସିବିଆଇ ନିର୍ଦେଶକ ବାଛିବା ପାଇଁ ୨୪ରେ ବୈଠକ

ନୂଆଦିଲ୍ଲୀ : ଆଲୋକ ବର୍ମାଙ୍କୁ ବହିଷ୍କାର କରାଯିବା ପରେ ସିବିଆଇର ପରବର୍ତ୍ତୀ ନିର୍ଦେଶକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଆସନ୍ତା ୨୪ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନୋନୟନ କମିଟିର ବୈଠକ ବସିବ ବୋଲି ଜଣାପଡ଼ିଛି। ଏହି କମିଟିରେ ପ୍ରଧାନମନ୍ତ୍ରୀଙ୍କ ସମେତ ଭାରତର ପ୍ରଧାନ ବିଚାରପତି ଓ ଲୋକସଭାରେ ବିରୋଧୀ ଦଳ ନେତା ସଦସ୍ୟ ଅଛନ୍ତି। ସୂଚନାନୁଯାୟୀ, ୨୧ତାରିଖରେ ଏହି ବୈଠକ ପାଇଁ ସରକାର ପ୍ରସ୍ତାବ ଦେଇଥିଲେ; କିନ୍ତୁ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏହାକୁ ୨୪ କିମ୍ବା ୨୫କୁ ଘୁଞ୍ଚାଇବା ପାଇଁ ଅନୁରୋଧ କରିଥିଲେ। ସେହି ଅନୁସାରେ ୨୪ତାରିଖରେ ବୈଠକ ଆହ୍ବାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ନିଯୁକ୍ତ ମହାନିର୍ଦେଶକ ପାହ୍ୟାର ୧୦ଜଣ ଆଇପିଏସ୍‌ ଅଧିକାରୀଙ୍କ ମଧ୍ୟରୁ ଜଣଙ୍କୁ ଏହି ପଦ ପାଇଁ ବଛାଯିବ। ୧୯୮୩, ୮୪ ଓ ୮୫ବ୍ୟାଚ୍‌ର କୌଣସି ଅଧିକାରୀଙ୍କୁ ଏହି ପଦ ପାଇଁ ବଛାଯାଇପାରେ।
ଏହି କ୍ରମରେ ମୁମ୍ବଇ ପୁଲିସ କମିସନର ସୁବୋଧ କୁମାର ଜୟସ୍ବାଲ, ଉତ୍ତରପ୍ରଦେଶ ପୁଲିସ ଡିଜି ଓ.ପି ସିଂହ, ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ମୁଖ୍ୟ ୱା.ସି ମୋଦୀଙ୍କ ନାମ ଏହି ପଦ ପାଇଁ ଚର୍ଚ୍ଚାରେ ରହିଛି। ତେବେ କାର୍ମିକ ଓ ତାଲିମ ବିଭାଗ (ଡିଓପିଟି) ପକ୍ଷରୁ ମୋଟ ୧୭ଜଣଙ୍କ ନାମ ସୁପାରିସ କରାଯାଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ବରିଷ୍ଠତା ଆଧାରରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ସ୍ବତନ୍ତ୍ର ସଚିବ ଥିବା ରିନା ମିତ୍ର, ସିଆରପିଏଫ ଡିଜି ରାଜୀବ ରାଇ ଭଟ୍ଟନାଗର, ଏନ୍‌ଏସ୍‌ଜି ଡିଜି ସୁଦୀପ ଲାଖଟାକିଆ, ପୁଲିସ ରିସର୍ଚ୍ଚ ଏଣ୍ଡ ଡେଭେଲପମେଣ୍ଟ ବ୍ୟୁରୋ ମୁଖ୍ୟ ଏ.ପି ମାହେଶ୍ବରୀ, ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ କ୍ରିମିନୋଲଜି ଏଣ୍ଡ ଫରେନସିକ୍‌ ସାଇନ୍ସ ନିର୍ଦେଶକ ଏସ୍‌. ଜାଭେଦ ଅହମ୍ମଦ, ବିଏସ୍‌ଏଫ ଡିଜି ରଜନୀକାନ୍ତ ମିଶ୍ର ଓ ଆଇଟିବିପି ଡିଜି ଏସ୍‌.ଏସ୍‌ ଦେସ୍ବାଲଙ୍କ ନାମ ରହିଥିବା ଜଣାପଡ଼ିଛି। ଅଭିଜ୍ଞତା ଦୃଷ୍ଟିରୁ ଜୟସ୍ବାଲ ଏମାନଙ୍କ ମଧ୍ୟରେ ଆଗରେ ଅଛନ୍ତି; କିନ୍ତୁ ଓ.ପି ସିଂହ, ରିନା ଓ ରାଜୀବ ବିବାଦୀୟ ସ୍ବତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କ ବନ୍ଧୁ ଭାବେ ଚର୍ଚ୍ଚାରେ ରହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories