www.samajalive.in
Thursday, December 11, 2025
16.1 C
Bhubaneswar

ରାସ୍ତା ଉପରେ ଦୀପକ କଲାଲଙ୍କୁ ନିର୍ଦ୍ଧୁମ ଛେଚିଲେ ଲୋକେ

ନୂଆଦିଲ୍ଳୀ : ଇଣ୍ଟରନେଟରେ ନିଜ ଭିଡିଓକୁ ନେଇ ପରିଚିତ ହୋଇଥିବା ଦୀପକ କଲାଲ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ପୂର୍ବରୁ ସେ ରାକ୍ଷୀ ସାୱନ୍ତଙ୍କୁ ବିବାହ କରିବାକୁ ଯାଉଥିବା କହିଥିଲେ। ଯାହା ପରେ ମିଥ୍ୟ ପ୍ରମାଣିତ ହୋଇଥିଲା। ଏବେ ଦୀପକ କଲାଲଙ୍କର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରାସ୍ତା ଉପରେ ଲୋକମାନେ ତାଙ୍କୁ ନିଦ୍ଧୁମ ଛେଚୁଥିବା ଦେଖାଯାଇଛନ୍ତି। ଏହି ଭିଡିଓରେ ମାଡ ଖାଉଥିବା ସମୟରେ ସେ କହିଛନ୍ତି – ମୁଁ ଆଉ ଇଣ୍ଟରନେଟରେ ଆପତ୍ତି ଜନକ ଭିଡିଓ ପୋଷ୍ଟ କରିବି ନାହିଁ। ଏହି ଭିଡିଓ ଦିଲ୍ଲୀର ଗୁଡ ଗାଁଓରେ ରେକର୍ଡ ହୋଇଥିବା ଜଣାପଡିଛି। ଭାଇରାଲ ହୋଇଥିବା ଏହି ଭିଡିଓରେ ଦୀପକ ଅତ୍ୟନ୍ତ ଭୟଭିତ ଥିବା ଦେଖାଯାଇଛନ୍ତି। ଭିଡିଓରେ ଦୀପକଙ୍କୁ ମାଡ ମାରୁଥିବା ଲୋକ ମାନେ କହିଛନ୍ତି- ସେ ସବୁବେଳେ ଆପତ୍ତି ଜନକ ଭିଡିଓ ଅପଲୋଡ କରୁଛି। ଯାହାକୁ ଛୋଟ ପିଲାମାନେ ଦେଖୁଛନ୍ତି। ଏହା ସମାଜ ଉପରେ ଖରାପ ପ୍ରଭାବ ପକାଉଛି।

courtesy-amar ujala

ସୂଚନା ମୁତାବକ, ପୂର୍ବରୁ ରାକ୍ଷୀ ସାୱନ୍ତ ନିଜ ବିବାହ ସମ୍ପର୍କରେ ଘୋଷଣା କରିଥିଲେ। ସମସ୍ତେ ବିବାହ କରୁଥିବାରୁ ତାଙ୍କ ବିବାହ ପାଇଁ ବର୍ତ୍ତମାନ ଉପଯୁକ୍ତ ସମୟ ବୋଲି ରାକ୍ଷୀ କହିବା ସହ ଟିଭି କାର୍ଯ୍ୟକ୍ରମ ‘ଇଣ୍ଡିଆସ୍‍ ଗଟ୍‍ ଟ୍ୟାଲେଣ୍ଟ-୮’ ମାଧ୍ୟମରେ ଚର୍ଚ୍ଚାକୁ ଆସିଥିବା ଦୀପକ କଲାଲଙ୍କୁ ସେ ବିବାହ କରୁଥିବା ସୂଚନା ଦେଇଥିଲେ। ଇନ୍‍ଷ୍ଟାଗ୍ରାମରେ ସେ ବିବାହ ନିମନ୍ତ୍ରଣପତ୍ର ପୋଷ୍ଟ କରିଥିଲେ। ୨୦୧୮ ଡିସେମ୍ବର ୩୧ରେ ଲସ୍‍ ଆଞ୍ଜେଲ୍ସଠାରେ ସେମାନଙ୍କ ବିବାହ ହେବ ବୋଲି ସେ କହିଥିଲେ। ବିବାହ ଉତ୍ସବରେ ଶାହରୁଖ ଖାଁ ଓ କରଣ ଜୋହର ଯୋଗଦେବେ ବୋଲି ମଧ୍ୟ ରାକ୍ଷୀ କହିଥିଲେ।

- Advertisement -

ଦୀପକ ମଧ୍ୟ ନିଜ ଇନ୍‍ଷ୍ଟାଗ୍ରାମ ଏକାଉଣ୍ଟରେ ବିବାହ ସମ୍ପର୍କରେ ଖବର ଉପସ୍ଥାନ କରିଥିଲେ। ୪୫ବର୍ଷୀୟ ଦୀପକଙ୍କଘର ପୁଣେଠାରେ। ପୂର୍ବରୁ ସେ ମୁମ୍ବଇର ଏକ ହୋଟେଲରେ ଅଭ୍ୟର୍ଥନାକାରୀ ଭାବେ କାର୍ଯ୍ୟରତ ଥିଲେ। ନିଜକୁ ଜଣେ ସମଲିଙ୍ଗୀ ଭାବେ ଦାବି କରୁଥିବା ଦୀପକ ୨୦୧୧ରେ ‘ମୋଦୀଜୀ ଆପକୋ ପପ୍ପି ଦୋଙ୍ଗା’ ଭିଡିଓ ଚଳଚ୍ଚିତ୍ର ମାଧ୍ୟମରେ ପରିଚିତି ହୋଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories