ଆରଏସଏସ ପକ୍ଷରୁ ବିଜୟା ଦଶମୀ ଓ ପଥ ସଞ୍ଚଳନ କାର୍ଯ୍ୟକ୍ରମ

ବୌଦ୍ଧ : ବୌଦ୍ଧ ରାଷ୍ଟୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ବିଜୟା ଦଶମୀ ସମାରୋହ ଓ ପଥ ସଞ୍ଚଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାରଛି। ସ୍ଥାନୀୟ ସରସ୍ବତୀ ଶିଶୁମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ବିଜୟା ଦଶମୀ ସମାରୋହରେ ମୁଖ୍ୟ ବକ୍ତାଭାବେ ସଂଘର ଜିଲା କାର୍ଯ୍ୟବାହ ଇନ୍ଦୁଭୂଷଣ ମହାକୁଳ ଯୋଗଦେଇ ଦେବଭୂମି ଭାରତ ରାଷ୍ଟ୍ରରେ ବିଜୟା ଦଶମୀ ପାପ ଉପରେ ପୁଣ୍ୟର ବିଜୟ ଦିବସ ଭାବେ ମଧ୍ୟ ପାଳନ କରାଯାଇଥାଏ ଓ ଏହାର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିବାସହ ଆଜିର ଦିବସ ଟି ରାଷ୍ଟୀୟ ସ୍ୱୟଂ ସେବକ ସଂଘର ପ୍ରତିଷ୍ଠା ଦିବସ ସମ୍ପର୍କରେ ମଧ୍ୟ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ଜିଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଅସ୍ତ୍ର ପୂଜନ କରାଯାଇ ଧୂଜା ପୂଜନ କରାଯାଇଥିଲା।

କାର୍ଯ୍ୟକ୍ରମକୁ ଜିଲା ସହ ବ୍ୟବସ୍ଥା ପ୍ରମୁଖ ପଦ୍ମ ଚରଣ ମେହେର ସଂଯୋଜନା କରିଥିବାବେଳେ ଜ଼ିଲ୍ଲା ପ୍ରଚାର ପ୍ରମୁଖ ରଘୁନାଥ ଷଡ଼ଙ୍ଗୀ ବ୍ୟକ୍ତିଗତ ଗୀତ ଗାନ କରିଥିଲେ। ପ୍ରାରମ୍ଭରେ ଅପରାହ୍ନରେ ସ୍ୱୟଂ ସେବକ ମାନେ ଘୋଷ ବାଦ୍ୟ ସହ ପଥ ସଂଚଳନ ରେ ସହର ପରିକ୍ରମା କରିଥିଲେ। ଏହି ସଞ୍ଚଳନକୁ ସଂଘର ବରିଷ୍ଠ ସ୍ୱୟଂସେବକ ବିଜୟ କୁମାର ସାହୁ ମୁଖ୍ୟ ଶିକ୍ଷକ ଭାବେ କାର୍ଯ୍ୟ ତୁଲାଇଥିଲେ।

Comments are closed.