www.samajalive.in
Sunday, December 14, 2025
19.1 C
Bhubaneswar

ଦେବୀ ପୀଠରେ ମହାଷ୍ଟମୀ ପୂଜା

ଚୌଦ୍ୱାର: ଚୌଦ୍ୱାରସ୍ଥିତ ବିରାଟ କଟକ ପଶ୍ଚିମ ଗଡ଼଼ଚଣ୍ଡୀ ମା’ଧୂମାବତୀଙ୍କ ପୀଠରେ ଶାରଦୀୟ ପୂଜା ଉତ୍ସବ ମହା ସମାରୋହରେ ଆରମ୍ଭ ହୋଇଛି। କିମ୍ବଦନ୍ତୀ ଅନୁସାରେ ରାଜା ଜନ୍ମେଜୟଙ୍କ ଦ୍ୱରା ପ୍ରତିଷ୍ଠିତ ଏହି ପ୍ରତ୍ୟକ୍ଷ ଦେବୀ ମା’ ଧୂମାବତୀଙ୍କ ପୀଠରେ ପବିତ୍ର ମହାଷ୍ଟମୀ ପୂଜା ଚଣ୍ଡୀପାଠ ସହିତ ଆଧ୍ୟାତ୍ମିକ ପରମ୍ପରାରେ ଅନୁଷ୍ଠିତ ହୋଇଥିଲା। ପୂଜକ ପଣ୍ଡିତ ଲୋକନାଥ ମିଶ୍ର ଓ ପଣ୍ଡିତ ତ୍ରିନାଥ ମିଶ୍ର ମା’ଙ୍କ ବିଭିନ୍ନ ବେଶ ଓ ପୂଜାକାର୍ଯ୍ୟ ପରିଚାଳନା କରିଥିଲେ। ଚାରିଦିନ ଧରି ଅନୁଷ୍ଠିତ ହେବାକୁଥିବା ଏହି ଶରଦୀୟ ପୂଜାରେ ମା’ଙ୍କର ବିଭିନ୍ନ ବେଶ ଏବଂ ଅଷ୍ଟମୀରୁ ମହାଯଜ୍ଞ ଆରମ୍ଭ ହୋଇ ଦଶମୀରେ ପୂର୍ଣ୍ଣାହୁତି ହେବ ବୋଲି ମନ୍ଦିର ପରିଚାଳନା କମିଟି ସୁତ୍ରରୁ ପ୍ରକାଶ। ଅନୁରୂପ ଭାବେ ଚୌଦ୍ୱାର ଚାଟେଶ୍ୱରସ୍ଥିତ ବରାହୀ ଅପର୍ଣ୍ଣା, ମଙ୍ଗଳାସାହିସ୍ଥିତ ମଙ୍ଗଳା, ଓଟିଏମ୍‌‌ କଲୋନୀସ୍ଥିତ ତାରିଣୀ ଓ ବିରଜା, ଚୌଦ୍ୱାର କଲେଜ ନିକଟ ତାରିଣୀ, ଯାଜଭୈରବ ନୂଆଗାଁସ୍ଥିତ ଯାଜ୍ଞସେନୀଙ୍କ ପୀଠରେ ପବିତ୍ର ଅଷ୍ଟମୀ ପୂଜା ରୀତି ନୀତିରେ ଅନୁଷ୍ଠିତ ହୋଇଥିବା ଜଣା ପଡ଼ିଛି। ସେହିପରି ଚାରବାଟିଆ ବିରାଟ ବଜାର, ଚୌଦ୍ୱାର ସାମଲ ସାହି, ଗୁପ୍ତେଶ୍ୱର ସାହି, ପ୍ରତାପ ନଗରୀ, ପରିଡ଼ା ସାହି, ଓଟିଏମ୍‌‌ ଦୂର୍ଗ ବଜାର ଆଦିରେ ଦେବୀ ଦୂର୍ଗାଙ୍କ ମୃଣ୍ମୟ ପ୍ରତିମାଙ୍କର ସପ୍ତମୀ ପୂଜା ମହା ଅଡ଼ମ୍ବରରେ ଅନୁଷ୍ଠିତ ହୋଇଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories