www.samajalive.in
Tuesday, December 9, 2025
17.1 C
Bhubaneswar

ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ

ଫୁଲବାଣୀ: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଫୁଲବାଣୀ ମଣ୍ଡଳ କାରାଗାର ପରିସର ମଧ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ବାରା ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଇଥିଲା। ସଭାରେ ଜିଲ୍ଲା ଓ ଦୌରା ଜଜ୍ ସତ୍ୟପୀର ମିଶ୍ର, ମହିଳା ଅଦାଲତ ବିଚାରପତି ବିଶ୍ବକଲ୍ୟାଣୀ ମିଶ୍ର, ବାର ଆସୋସିଏସନ ସଭାପତି ନିରୋଦ କୁମାର ପାତ୍ର, ଆଇନଜୀବୀ ଜୟନ୍ତୀ ପାଣିଗ୍ରାହୀ, ତୁଷାରକାନ୍ତ ନାୟକ, ଅନୁପ ନାରାୟଣ ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଳଭଦ୍ର ଦୀପ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ଦାସ, ଡ଼ାକ୍ତର ବିଜୟ କୃଷ୍ଣ ମିଶ୍ର, ତପସ୍ବିନୀ ଆଚାର୍ଜ୍ୟ, କ୍ଲିନିକାଲ ସାଇକୋଲୋଜିସ୍ଟ, ଶିଶୁ ମଙ୍ଗଳ ସମିତି ସଦସ୍ୟ ସଦାଶିବ ପାତ୍ର, ମଣ୍ଡଳ କାରାଗାର ଅଧିକ୍ଷକ ହେମନ୍ତ କୁମାର ସେଠୀ ଉପସ୍ଥିତ ଥିଲେ। ଏହି ସଚେତନତା ଶିବିରରେ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଉପସ୍ଥାପନ କରାଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅନୁଶୀଲା ରୟ ସଚେତନତା ଶିବିରକୁ ପରିଚାଳନା କରିଥିଲେ ଓ ଜେଲର ଶର୍ମିଷ୍ଠା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories