ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ନଗରର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଦ୍ୱାରା ସ୍ଥାନୀୟ ରାମ ମନ୍ଦିର ପଡ଼ିଆରେ ପବିତ୍ର ବିଜୟା ଦଶମୀ ଉତ୍ସବ ପାଳିତ ହୋଇ ଯାଇଛି। ଏହି ଗୌରବମୟ ଉତ୍ସବରେ କନ୍ଧମାଳ ଜିଲ୍ଲାର ସଙ୍ଘ ଚାଳକ ରମେଶ ଚନ୍ଦ୍ର ସାହୁ ଅଧ୍ୟକ୍ଷତରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଯୋଗଦେଇ ଦେଶର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ପାଇଁ ଆମେ ସମସ୍ତେ ତନ ମନ ଦେଇ କାର୍ଯ୍ୟକରିବା ଉଚିତ ବୋଲି ଆଗ୍ରହ ରଖିଥିଲେ। ମୁଖ୍ୟବକ୍ତା ଭାବେ ଜିଲ୍ଲା ସହ କାର୍ଯ୍ୟବାହ ନିରଞ୍ଜନ ମିଶ୍ର, ନଗର ସଙ୍ଘ ଚାଳକ ଗୋବିନ୍ଦ ଚନ୍ଦ୍ର ନାୟକ ମଂଚାସୀନ ଥିଲା ବେଳେ ମୁଖ୍ୟ ଶାରୀରିକ ପ୍ରମୁଖ କୁନୁ ଭୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଉପସ୍ଥିତ ସ୍ୱୟଂ ସେବକଙ୍କ ଦ୍ୱାରା ଦଣ୍ଡ, ନିୟୁଧ, ଘୋଷ, ଆସନ ପ୍ରଭୃତି ଶାରୀରିକ ପ୍ରଦର୍ଶନୀ କରାଯାଇଥିଲା। ଶତାଧିକ ସ୍ୱୟଂ ସେବକ ଓ ଶୁଭେଛୁ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
Popular Categories



