www.samajalive.in
Monday, December 15, 2025
15.1 C
Bhubaneswar

ନିତିଶ, ରିଙ୍କୁଙ୍କ ଅର୍ଦ୍ଧଶତକ: ବାଂଲାଦେଶକୁ ୨୨୨ ରନର ଟାର୍ଗେଟ ଦେଲା ଟିମ ଇଣ୍ଡିଆ

ସମାଜ ଡିଜିଟାଲ ଡେସ୍କ: ଭାରତ-ବାଂଲାଦେଶ ମଧ୍ୟରେ ୨ୟ ଟି-୨୦ ମ୍ୟାଚ ବୁଧବାର ଅନୁଷ୍ଠିତ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଦଳକୁ ୨୨୨ ରନର ଟାର୍ଗେଟ ଦେଇଛି। ନିତିଶ ରେଡ୍ଡୀଙ୍କ ଜବରଦସ୍ତ ୭୪(୩୪) ଏବଂ ରିଙ୍କୁ ସିଂହଙ୍କ ୫୩(୨୯) ରନର ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ବିନିମୟରେ ୨୨୧ କରିବାର ସଫଳ ହୋଇଛି।

ଭାରତ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ପ୍ରଥମ ୩ ଓଭରରେ ୪୧ ରନ କରି ମୂଲ୍ୟବାନ ୩ ଓ୍ବିକେଟ ହରାଇଥିଲା। ଏହି ସମୟରେ ନିତିଶ ଏବଂ ରିଙ୍କୁ ଧୈର୍ଯ୍ୟର ସହିତ ଆକ୍ରମଣାତ୍ମକ ଢଙ୍ଗରେ ଖେଳି ଦଳକୁ ବିଶାଳ ସ୍କୋର ଅଭିମୁଖେ ନେଇଟାଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ବି ୧୯ ବଲରେ ୩୨ ରନ ସଂଗ୍ରହ କରିଥିଲେ। ବାଂଲାଦେଶ ପକ୍ଷରୁ ରିଶଦ ହୋସେନ ସର୍ବାଧିକ ୩ ଓ୍ବିକେଟ ନେଇଥିବାବେଳେ ଟସ୍କିନ ଅହମ୍ମଦ, ଜାନଜିମ ହସନ ସକିବ ଏବଂ ମୁସ୍ତାଫିଜୁର ରହମନ ୨ଟି ଲେଖାଏ ଉଇକେଟ ନେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories