www.samajalive.in
Monday, December 15, 2025
15.1 C
Bhubaneswar

ଶାରଦୀୟ ଦୁର୍ଗା ପୂଜାରେ ସୁଭଦ୍ରା ଭେଟି

ରେଙ୍ଗାଲିକ୍ୟାମ୍ପ: ରାଜ୍ୟ ସରକାର ସୁଭଦ୍ରା ଯୋଜନା ଗତ ସେପ୍ଟେମ୍ବର ୪ ତାରିଖରୁ  ଶୁଭାରମ୍ଭ କରିଛନ୍ତି। ଏହା ସତ୍ତ୍ୱେ ମହିଳାଙ୍କ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସଚେତନ ସୃଷ୍ଟି ହୋଇ ପାରିଲା ନାହିଁ। ପୂର୍ବରୁ ସୁଭଦ୍ରା ଯୋଜନାରେ ଆବେଦନ ନେଇ ଆଧାର ନମ୍ୱର ଓ ବ୍ୟାଙ୍କ ଏକାଉଣ୍ଟରେ ଫୋନ ନମ୍ୱର ଲିଙ୍କ ନେଇ ବାଧ୍ୟତା ନଥିବା ବିଷୟରେ କୁହାଯାଇଥିଲା। ଏହା ସହ ଫିଙ୍ଗର୍ ପ୍ରିଣ୍ଟ କିମ୍ବା ଓଟିପି କିମ୍ବା ଆଖି ସ୍କାନର୍ ମାଧ୍ୟମରେ ସୁଭଦ୍ରା ଯୋଜନାରେ ଜନ ସେବା କେନ୍ଦ୍ରରେ ଆବେଦନ କରିବା ନେଇ ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଇଥିଲା। ଏହା ସତ୍ତ୍ୱେ ବ୍ୟାଙ୍କ, ପୋଷ୍ଟାଲ ଓ ଆଧାର କେନ୍ଦ୍ରରେ ଫୋନ ନମ୍ୱର ଲିଙ୍କ ନେଇ ଭିଡ ଦେଖିବାକୁ ମିଳିଛି।  ଅସଲ କଥା ହେଉଛି,  ଆଧାର ସହ ମୋବାଇଲ ନମ୍ୱର୍ ଲିଙ୍କ, କେ ୱାଇ ସି ଅପଡେଟ ଆବଶ୍ୟକ ପଡ଼ୁଥିବା ବେଳେ ଅନେକ ମହିଳା  ଜାଣି ପାରୁ ନାହାନ୍ତି ଯେ ତାଙ୍କର କୋଉ ନଂ ସହ  ଆଧାର ଲିଙ୍କ ରହିଛି, କାରଣ ଅନେକ ମୋବାଇଲ ନମ୍ୱର୍ ରହୁଥିବାରୁ କେଉଁ ମୋବାଇଲରେ କେବେ ଆଧାର ସହ ଲିଙ୍କ ହୋଇଥିଲା ସେମାନେ ଜାଣିପାରୁ ନାହାନ୍ତି । ଏହା ବ୍ୟତୀତ ଜଣେ ମହିଳାଙ୍କ ନାମରେ ଏକାଧିକ ବ୍ୟାଙ୍କ୍ ଆକାଉଣ୍ଟ ରହିଛି। କିନ୍ତୁ ସେ ସବୁକୁ ସେମାନେ ଠିକ ଭାବରେ ପରିଚାଳିତ କରି ନ ଥିବାରୁ କୋଉଟା ଚାଲୁଛି ତ ଆଉ କୋଉଟା ବନ୍ଦ  ହୋଇ ପଡ଼ିଛି ତାହା ବି ସେମାନଙ୍କୁ ଜଣାନାହିଁ। ତେଣୁ ଏସବୁ ପଚାରିବାକୁ ସେମାନେ ଭିଡ଼ କରୁଛନ୍ତି ବ୍ୟାଙ୍କ୍ ଓ ସହଜ କେନ୍ଦ୍ରରେ। ଯାହା ଫଳରେ ସୁଭଦ୍ରା ଯୋଜନା ପାଇଁ ଯେଉଁ କାମ ନିହାତି ଭାବରେ ଦରକାର, ସେ କାମକୁ ବ୍ୟାଙ୍କ୍ ଓ କମ୍ପ୍ୟୁଟର କେନ୍ଦ୍ରରେ ହୋଇପାରି ନାହିଁ। ଏହା କେବଳ ସଚେତନତାର ଅଭାବ। ମହିଳାଙ୍କ ପାଇଁ ସବିଶେଷ  ତଥ୍ୟ ପାଇବା ପାଇଁ ବ୍ଲକର ପ୍ରାୟ ଅଧିକାଂଶ ଗାଆଁ ମାନଙ୍କରେ ବିଭିନ୍ନ ବ୍ୟାଙ୍କ ଗୁଡ଼ିକର ଗ୍ରାହକ ସେବା କେନ୍ଦ୍ର (ସିଏସ ସି) ମାନ ଖୋଲାଯାଇଛି। କିନ୍ତୁ ସେଠାକୁ ନ ଯାଇ ମହିଳା ମାନେ ମୁଖ୍ୟ ବ୍ୟାଙ୍କକୁ ଚାଲି ଆସୁଛନ୍ତି।ଉପାନ୍ତ ଅଞ୍ଚଳ ତଥା ଅନ୍ୟାନ୍ୟ ଅଞ୍ଚଳରେ ମହିଳା ମାନେ ସଠିକ୍ ଭାବେ ସଚେତନ ନଥିବା ଯୋଗୁଁ ଆଜି ଏଭଳି ସ୍ଥିତି ଦେଖା ଯାଇଥିବା ବୁଦ୍ଧିଜିବୀ ମାନେ ମତପ୍ରକାଶ କରିଛନ୍ତି। ବର୍ତମାନ ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ଓଟିପି କିମ୍ବା ଆଖି ସ୍କାନର କିମ୍ବା ଫିଙ୍ଗର ପ୍ରିଣ୍ଟ ବିନା ଆବେଦନ ପ୍ରକ୍ରିୟା ଆରମ୍ଭ କରିଥିଲେ ସୁଦ୍ଧା ମହିଳା ମାନେ ଏବେବି ସଚେତନ ନୁହନ୍ତି। ଫଳରେ ଏକାଉଣ୍ଟରେ ଫୋନ ନମ୍ୱର ଲିଙ୍କ ପାଇଁ ବ୍ୟାଙ୍କରେ ଭିଡ ଜମୁ ଥିବା ବେଳେ ଆଧାରରେ ଫୋନ ନମ୍ୱର ଲିଙ୍କ କରିବା ନେଇ ପୋଷ୍ଟ କାର୍ଯ୍ୟାଳୟ ଓ ଆଧାର କେନ୍ଦ୍ରରେ ପ୍ରବଳରୁ ଅତି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ୫୦ ହଜାର ଟଙ୍କା ପାଇବା ପାଇଁ ମହିଳାଙ୍କ ଆଖିରେ ଆଉ ନିଦ ନାହିଁ। ସମସ୍ତ କାର୍ଯ୍ୟାଳୟ ୧୦ଟା ବେଳେ ଖୋଲୁ ଥିବା ବେଳେ ମହିଳା ମାନେ ସାଢେ ୭ରୁ ଆସି ବ୍ୟାଙ୍କ ଓ ପୋଷ୍ଟ ଅଫିସ ଆଗରେ ଲାଇନ ଲାଗୁଛନ୍ତି। ବର୍ତ୍ତମାନ ଶାରଦୀୟ ଦୁର୍ଗାପୂଜାରେ ଲୋକଙ୍କର ଭିଡ଼ ଯେତିକି ପରିମାଣରେ ଦେଖିବାକୁ ମିଳୁ ନାହିଁ , ସୁଭଦ୍ରା ଯୋଜନା ପାଇଁ  ତାଠାରୁ ଅଧିକ ସଂଖ୍ୟକ ଭିଡ଼ ହେଉଛି। ତେଣୁ ଏଭଳି ପରିସ୍ଥିତିରେ ମହିଳାଙ୍କୁ ସଚେତନ କରିବାର ଆବଶ୍ୟକତା ଅଧିକ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories