www.samajalive.in
Sunday, December 14, 2025
19.1 C
Bhubaneswar

କମିଶନରେଟ ପୁଲିସର ଦୁର୍ଗାପୂଜା ପ୍ରସ୍ତୁତି ବୈଠକ, ପୂଜା କମିଟି ଓ ଶାନ୍ତି କମିଟି ଖପ୍ପା

ଡେସ୍କ: କମିସନରେଟ ପୁଲିସ ପକ୍ଷରୁ ଶନିବାର ଆୟୋଜିତ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ ଅସନ୍ତୋଷ ପ୍ରକାଶ କରିଛି ପୂଜା କମିଟି ଓ ଶାନ୍ତି କମିଟି। ଅନୁଷ୍ଠିତ ବୈଠକରେ ଭସାଣି ସମୟରେ ଶବ୍ଦ ପ୍ରଦୂଷଣ ନେଇ ପାରମ୍ପରିକ ବାଜା ଓ ସାଉଣ୍ଡକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କଡାକଡି ଭାବରେ ପାଳନ କରାଯିବ ବୋଲି କମିଶନରେଟ ପୁଲିସ କହିଛି। କଟକ ଡିସିପି ଜଗମୋହନ ମିନା କହିଛନ୍ତି, ଯେଉଁ ପୂଜା କମିଟି ନିୟମ ଲଂଘନ କରିବେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ପାରମ୍ପରିକ ବାଜାକୁ ନେଇ କମିସନରେଟ ପୁଲିସ ଧାର୍ଯ୍ୟ କରିଥିବା ସମୟ ଅବଧି ନେଇ ଅସନ୍ତୋଷ ଜାହିର କଲା ପୂଜା କମିଟି ଓ ଶାନ୍ତି କମିଟି।


ଏ ସମ୍ପର୍କରେ କଟକ ଡିସିପି ଜଗମୋହନ ମିନା କହିଛନ୍ତି, ମେଲାଣି ସମୟରେ ୬୫ ଡେସିବିଲ ରୁ ଅଧିକ ସାଉଣ୍ଡ ବାଜି ପାରିବନି। ସେ ପାରମ୍ପରିକ ହେଉ କିମ୍ବା ଇଲକ୍ଟ୍ରୋନିକ ସାଉଣ୍ଡ ସିଷ୍ଟମ, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କଡାକଡି ଭାବରେ ପାଳନ କରାଯିବ। ଆବଶ୍ୟକତା ଠାରୁ ଅଧିକ ଶବ୍ଦ ହେଲେ ବାଦ୍ୟ ଯନ୍ତ୍ର ଜବତ କରାଯିବ ବୋଲି ଡିସିପି କହିଛନ୍ତି।ସେହିପରି ରାତି ୧୨ଟା ପରେ ଦୁଲଦୁଲି ଓ ତାଳମୂଳି ବାଜା ବାଜିବ ନାହିଁ। କୋଡ଼ିଏ ଲୋକଙ୍କ ପାଇଁ କୋଡିଏ ହଜାର ଲୋକଙ୍କ ସ୍ୱାସ୍ଥ୍ୟକୁ ବଳି ଦିଆଯିବ ନାହିଁ। ଆବଶ୍ୟକ ପଡ଼ିଲେ ଖିଲାପକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏପରିକି ଲାଇସେନ୍ସ ରଦ୍ଦ ସହ ଗିରଫଦାରି ମଧ୍ୟ ହେବ ବୋଲି କଟକ ଡିସିପି ଜଗମୋହନ ମିନା କହିଛନ୍ତି।

- Advertisement -


ଅନ୍ୟପକ୍ଷରେ ଭସାଣି ସମୟରେ ଡିଯେ ବ୍ୟାନ ନିଷ୍ପତ୍ତିକୁ ପୂଜା କମିଟି ସ୍ବାଗତ କରିଛି। ତେବେ ରାତି ୧୦ଟା ପର୍ଯ୍ୟନ୍ତ ମାଇକ ବଜାଇବା ପାଇଁ ନିୟମ ରହିଥିବା ବେଳେ, ଏହାକୁ ରାତି ୧୨ଟା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପୂଜା କମିଟି ଦାବି କରିଥିଲେ। କିନ୍ତୁ ମେଲାଣି ସମୟରେ ପାରମ୍ପରିକ ବାଦ୍ୟ ଉପରେ ୬୫ ଡେସିବିଲ ଅବଧି ରଖିବା ଉପରେ ଅସନ୍ତୋଷ ଜାହିର କରିଛି ମହାନଗର ପୂଜା କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟି। କେଉଁ କାଳରୁ ମାଆଙ୍କ ପୂଜାରେ ପାରମ୍ପରିକ ବାଜା ବାଜି ଆସୁଛି। ଡିଜେ ମୁକ୍ତ ଭସାଣି ଠିକ ହେଲେ ପାରମ୍ପରିକ ବାଦ୍ୟ ଉପରେ ନିୟମ କାନୁନ କରିବା ଠିକ ନୁହେଁ। କଟକର ପ୍ରମୁଖ ପୂଜା କମିଟି ଏହି ନିୟମକୁ ନାପସନ୍ଦ ମଧ୍ୟ କରିଛନ୍ତି। କାହିଁକି ନା ଯେତେବେଳ ଜଣେ ମୃତ୍ୟ ବରଣ କରୁଛି ତାଙ୍କର ବିଦାୟୀ ଯାତ୍ରା ସମୟରେ ୬୫ ଡେସିବିଲରୁ ଅଧିକ ସାଉଣ୍ଡ ରହୁଛି। ହେଲେ ମାଆ ଜଗତଜନନୀଙ୍କ ମେଲାଣି ସମୟରେ ପାରମ୍ପରିକ ବାଦ୍ୟ ଉପରେ ନିୟମ ଲାଗୁ କରିବା ଠିକ ନୁହେଁ। ଏହି ଦିଗରେ କମିଶନରେଟ ପୋଲିସ ବିଶେଷ ଧ୍ୟାନ ଦେଉ ବୋଲି କହିଛନ୍ତି ପୂଜା କମିଟି ଓ ଶାନ୍ତି କମିଟି ସଦସ୍ୟ।


ତେବେ ଭସାଣି ଦିନ ରାତି ୧୨ଟା ପରେ କେଉଁ ପ୍ରକାର ପାରମ୍ପରିକ ବାଜା ବାଜିବ ଓ କେତେ ସଂଖ୍ୟାରେ ବାଜିବ ସେ ନେଇ କମିଶନରେଟ ପୁଲିସ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କୁହାଯାଇଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories